ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରହିଲେ ରାଜ୍ୟ ସରକାର

Advertisment

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ସପ୍ତମ ବର୍ଷ ପାଇଁ ଏଥରକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ସ୍ନାତକ(ୟୁଜି)ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ଆଳରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ସପ୍ତମ ବର୍ଷ ପାଇଁ ଏଥରକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ସ୍ନାତକ(ୟୁଜି)ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ଆଳରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

student election

india today

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ସପ୍ତମ ବର୍ଷ ପାଇଁ ଏଥରକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ସ୍ନାତକ(ୟୁଜି)ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ଆଳରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚତୁରତାର ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଥର ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇନାହିଁ। ବରଂ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିଜ ସ୍ତରରେ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରି ତାଙ୍କ ଅଧୀନରେ ଥିବା ମହାବିଦ୍ୟାଳୟକୁ ଅବଗତ କରାଇଛନ୍ତି। ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ ଏହି କ୍ୟାଲେଣ୍ଡରରେ କୌଣସି ସୂଚନା ଦିଆଯାଇନାହିଁ। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ।

ବିଶ୍ବବିଦ୍ୟାଳୟ ପ୍ରକାଶ କଲେ ନିଜସ୍ବ କ୍ୟାଲେଣ୍ଡର
ଚିତ୍କାର କରୁଥିବା ଛାତ୍ର ସଙ୍ଗଠନ ଏବେ ନିରବ

ରାଜ୍ୟରେ ବିଜେପି ସରକାର ଗଠନ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ରଖିଥିଲେ। ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ଏକାଧିକ ଥର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏପରିକି ପୂର୍ବ ସରକାର କୋଭିଡ୍ ଆଳରେ ନିର୍ବାଚନକୁ ବନ୍ଦ କରିଥିବା ଅଭିଯୋଗ ଆଣିଥିଲେ। ମାତ୍ର ଅଗଷ୍ଟ ମାସରେ ନିର୍ବାଚନ ହେବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବକ୍ତବ୍ୟ ଦେବା ପରେ ବିବାଦ ମୁଣ୍ଡ ଟେକିଥିଲା। ବିଜୁ ଛାତ୍ର ଜନତା ଦଳ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଛାତ୍ର କଂଗ୍ରେସ, ଏଆଇଡିଏସ୍‌ଓ ପରି ଛାତ୍ର ସଙ୍ଗଠନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ନିର୍ବାଚନ କରିବାକୁ ଅଡ଼ି ବସିଥିଲେ। ଏମିତିକି ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବରେ ଜଣେ ମନ୍ତ୍ରୀ ଥିବା ବେଳେ ଅନ୍ୟ ଜଣେ କିଭଳି ନିଷ୍ପତ୍ତି ଘୋଷଣା କଲେ ତାହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ କିଛି ଦିନ ଧରି ରାଜ୍ୟ ରାଜନୀତି ସରଗରମ ରହିବା ସହ ଦୁଇଟି ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ମାତ୍ର ଏବେ ସମସ୍ତେ ଚୁପ୍‌। ଇତିମଧ୍ୟରେ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ବର ଶବ୍ଦ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି।

ସେପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ୨୦୨୪-୨୫ ଶିକ୍ଷା ବର୍ଷର କ୍ୟାଲେଣ୍ଡର ପ୍ରକାଶ କରାଯାଇ ନ ଥିବାରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଶିକ୍ଷାବର୍ଷ ଅଧା ସରିବାକୁ ବସିଥିବା ବେଳେ କେଉଁ ଆଧାରରେ ସେମାନେ ପିଲାଙ୍କ ସେମିଷ୍ଟାର ପରୀକ୍ଷା କରାଇବେ ତାହାକୁ ନେଇ ଚିନ୍ତାରେ। ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରିବାକୁ ଦାବି କରୁଥିବା ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟ ଏବେ ନିରବ ହୋଇଯାଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ହେବା ନେଇ କୌଣସି ସୁରାକ ମିଳୁ ନ ଥିବାରୁ ସଦସ୍ୟ ସଂଗ୍ରହ ଅଭିଯାନରେ ବାହାରି ଥିବା ଛାତ୍ର ସଙ୍ଗଠନଗୁଡ଼ିକ ଚୁପ୍‌। ନାମଲେଖା ସମୟରେ କ୍ୟାମ୍ପସରେ କ୍ୟାମ୍ପ ଅଫିସ୍‌ ଖୋଲି ନୂଆ ପିଲାମାନଙ୍କୁ ସଙ୍ଗଠନ ପ୍ରତି ଆକୃଷ୍ଟ କରୁଥିବା ସଙ୍ଗଠନଗୁଡ଼ିକର ସଦସ୍ୟଙ୍କ ଆଉ ଦେଖା ମିଳୁନାହିଁ। ଦଶହରା ଛୁଟି ପୂର୍ବରୁ ହେଉଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଏଯାଏ ପ୍ରକ୍ରିୟା ହୋଇ ନ ଥିବାରୁ ପୁଣିଥରେ ୨୦୨୫କୁ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe