ରାଜ୍ୟ ସରକାର ଓଡ଼ିଶାକୁ ଦୁର୍ନୀତିର ଗନ୍ତାଘର କରିସାରିଲେଣି: ବିଜେପି

Advertisment

ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮%ରେ ପହଞ୍ଚିଲାଣି, ୨୨୫କୋଟିରୁ ଅଧିକ ଅମାନତ ଅର୍ଥ ବାଟମାରଣା

ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮%ରେ ପହଞ୍ଚିଲାଣି, ୨୨୫କୋଟିରୁ ଅଧିକ ଅମାନତ ଅର୍ଥ ବାଟମାରଣା

ରାଜ୍ୟ ସରକାର ଓଡ଼ିଶାକୁ ଦୁର୍ନୀତିର ଗନ୍ତାଘର କରିସାରିଲେଣି: ବିଜେପି

Times of India

ଭୁବନେଶ୍ୱର : ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେଉଥିବା ନେଇ ମିଛ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓଡ଼ିଶାକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିସାରିଲେଣି। ଏବେ ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ ପାଲଟିଯାଇଛନ୍ତି ବୋଲି ବିଜେପିର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ କହିଛନ୍ତି।

ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ଆଜି ରାଜ୍ୟର ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଞ୍ଚିଲାଣି। ଚତୁର୍ଦ୍ଦଶ ପଞ୍ଚ ଦଶ ଅର୍ଥ କମିସନ ସୁପାରିସ ଆଧାରରେ ରାଜ୍ୟର ବିକାଶମୂଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରାଯାଉଛି। ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଥିବା ପଲ୍ଲୀସଭାକୁ ରାଜ୍ୟ ସରକାର ଉଚ୍ଛେଦ କରି ବିଭାଗୀୟ ନିର୍ଦ୍ଦେଶାନୁଯାୟୀ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଇଲେ। କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମରେ ହେଉଥି‌େଲ ହେଁ ବିଜେଡି କର୍ମୀଙ୍କ ଜରିଆରେ ଏହି କାର୍ଯ୍ୟ କରାଯାଉଛି। ପଞ୍ଚାୟତ ପିଛା ୫ ଲକ୍ଷ ଏବଂ ବ୍ଲକ ପିଛା ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ଜେଇ, ସରକାରୀ ଅଧିକାରୀ ଏବଂ ଶାସକ ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା କରି ବ୍ୟାପକ ମାତ୍ରାରେ ଅର୍ଥ ହଡ଼ପ କରାଯାଉଛି। ୧୩ଟି ବ୍ଲକରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶରେ ୯ କୋଟି ଟଙ୍କାର ଅମାନତ୍ ଅର୍ଥକୁ ଶାସକ ବିଜେଡିର ପ୍ରୋତ୍ସାହନରେ ଜେଇ, ସହାୟକ ଯନ୍ତ୍ରୀମାନେ ବାଟମାରଣା କରିଛନ୍ତି। ଏପରିକି ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ହିସାବ କରାଗଲେ, ପାଖାପାଖି ୧୧ ହଜାର କୋଟି ଟଙ୍କା କାର୍ଯ୍ୟାଦେଶରେ ଏହି ଅମାନତ ପରିମାଣ ପାଖାପାଖି ୨୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ, ଯାହାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ତୋଷାରପାତ କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।

ଏହି ଅବସରରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ ରାଜ୍ୟ ସରକାର ‘ଆମ ଗାଁ, ଆମ ବିକାଶ’, ବିଜୁ ଯୁବ ବାହିନୀ, ପିଠା, ନରେଗା, ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ହେବା ଦରକାର। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe