’ରାଜ୍ୟ ସରକାର ପଦ୍ମପୁରବାସୀଙ୍କୁ ପ୍ରତାରିତ କରିଛନ୍ତି’

Advertisment
’ରାଜ୍ୟ ସରକାର ପଦ୍ମପୁରବାସୀଙ୍କୁ ପ୍ରତାରିତ କରିଛନ୍ତି’

ପଦ୍ମପୁର : ଗତ ଉପନିର୍ବାଚନରେ ରାଜ୍ୟ ସରକାର ପଦ୍ମପୁରବାସୀଙ୍କୁ ଅନେକ ରଙ୍ଗୀନ ସ୍ୱପ୍ନ ଦେଖାଇଥିଲେ ହେଁ ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନାହାନ୍ତି। କେବଳ ପ୍ରତାରିତ କରି ଚାଲିଛନ୍ତି ବୋଲି ପିସିସି ସଭ୍ୟ ଗଜରାଜ ସିଂ ପୁଟା ଏଠାରେ ଏକ ସାମ୍ବାସିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସରକାର ଘୋଷଣା କରିଥିବା ଇନ୍‌ପୁଟ୍‌ ସବ୍‌ସିଡି ଟଙ୍କା ମିଳି ନାହିଁ, ମାସେରୁ ଅଧିକ ହେଲେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳିନାହିଁ। ପଦ୍ମପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡ଼ି ପଡିଛି। ପାଇକମାଳ ଡାକ୍ତରଖାନାକୁ ସିଏଚ୍‌ସି ମାନ୍ୟତା ମିଳିଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଉପଖଣ୍ଡର ସବୁ ଡାକ୍ତରଖାନାରେ ଏଭଳି ଅବସ୍ଥା। ପଦ୍ମପୁର ପାଇଁ ୩୫ ପ୍ରତିଶତ ଜଳସେଚନ ସୁବିଧା କେବଳ ଘୋଷଣାରେ ହିଁ ରହିଯାଇଛି ବୋଲି ‌େସ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଟାଉନ କଂଗ୍ରେସ ସଭାପତି ସନ୍ତୋଷ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe