ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି: ତରୁଣ ଚୁଗ୍

ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି: ତରୁଣ ଚୁଗ୍

ଭୁବନେଶ୍ବର : ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ନକଲ କରି ନିଜର ଆତ୍ମପ୍ରଚାର କରୁଛନ୍ତି। କେନ୍ଦ୍ରୀୟ ଅର୍ଥରେ ନିଜର ପୋଷ୍ଟର ମାରି ବାଃ ବାଃ ନେଉଛନ୍ତି। ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଶିଳ୍ପ ଓ କୃଷି କ୍ଷେତ୍ର ସମେତ ବିଭିନ୍ନ ବର୍ଗର ଲୋକମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଲକ୍ଷଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ୍ ପାଉନାହାନ୍ତି। ଏଥିରୁ ରାଜ୍ୟରେ ନବୀନ ସରକାରଙ୍କ ଆଳସ୍ୟ, ଭ୍ରଷ୍ଟାଚାର ଓ ଉଦାସୀନତା ସ୍ପଷ୍ଟ ଜଣାପଡ଼ୁଛି। ପ୍ରଦର୍ଶନ ମାନଦଣ୍ଡରେ ରାଜ୍ୟରେ ନବୀନ ସରକାର ଫେଲ୍‌ ମାରିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ କହିଛନ୍ତି।

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଚୁଗ୍‌ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବାକୁ ବିଜେପି ନିରନ୍ତର କାର୍ଯ୍ୟ କରୁଛି। ଶ୍ରୀ ଚୁଗ୍ ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ କହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe