ମୃତକଙ୍କୁ ରାଜ୍ୟ ସରକାର ଦେବେ ୫ ଲକ୍ଷ, ଆହତଙ୍କୁ ୧ ଲକ୍ଷ

Advertisment
ଉଦ୍ଧାରକାରୀ ଦଳଙ୍କ ମନୋବଳ ବୃଦ୍ଧି ପାଇଁ ଏସ୍‌ସିବି ମାନସିକ ବିଭାଗରୁ ଯାଇଛନ୍ତି ୪ଜଣିଆ ଟିମ୍‌

ଭୁବନେଶ୍ବର: ଟ୍ରେନ୍‌ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଦେବେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ। କେବଳ ଓଡ଼ିଶାର ମୃତାହତଙ୍କୁ ରାଜ୍ୟ ସରକାରଙ୍କର ଏହି ସହାୟତା ରାଶି ମିଳିବ। ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe