ଆଇଏଏସ୍‌ ପରୀକ୍ଷା ପାଇଁ ଓଡ଼ିଶା ପିଲାଙ୍କୁ ପ୍ରସ୍ତୁତ କରି‌ବେ ରାଜ୍ୟ ସରକାର

ଆଇଏଏସ୍‌ ପରୀକ୍ଷା ପାଇଁ ଓଡ଼ିଶା ପିଲାଙ୍କୁ ପ୍ରସ୍ତୁତ କରି‌ବେ ରାଜ୍ୟ ସରକାର

କଟକ : ସରକାର ଏଣିକି ଭାରତୀୟ ପ୍ରଶାସନିକ ସେବା ପାଇଁ ଓଡ଼ିଶାର ପିଲାଙ୍କୁ ପ୍ରସ୍ତୁତ କରିବେ। ଅଧିକରୁ ଅଧିକ ଓଡ଼ିଆ ପିଲା କିଭଳି ଆଇଏଏସ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷ‌ା ବିଭାଗ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ୟୁପିଏସସି ପରିଚାଳନା କରୁଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ଚୂଡାନ୍ତ କରାଯାଇ ଭୁବନେଶ୍ବର, ଜୟଦେବ ବିହାର ଅଞ୍ଚଳର ଏସିକ୍ୟୁ ଆଇଏଏସ ଏକାଡେମୀ-କନ‌ସୋଟିୟମ ନାମକ ସଂସ୍ଥାର ପ୍ରସ୍ତ‌ାବକୁ ସରକାର ଚୂଡାନ୍ତ କରିଛନ୍ତି। ଅର୍ଥାତ ଏହି ଏକାଡେମି ଓଡ଼ିଆ ପିଲାଙ୍କୁ କୋଚିଂ ପ୍ରଦାନ କରିବ।

ପ୍ରଥମ ବର୍ଷ ୨୦୦ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ଦେଢ କୋଟି ଟଙ୍କା
ଏସିକ୍ୟୁ ଆଇଏଏସ ଏକାଡେମି ସହିତ ସ୍ବାକ୍ଷର ହେବ ବୁଝାମଣାପତ୍ର

ଏହି ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରଥମେ ୨୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରିବେ। ପ୍ରତି ପିଲା ପିଛା ସରକାର ୭୪ ହଜାର ୯୯୯ ଟଙ୍କା ଖର୍ଚ୍ଚ କରିବେ। ପ୍ରଥମ ପର୍ଯ୍ୟାୟରେ ସରକାର ଏ ବାବଦରେ ୧ କୋଟି ୪୯ ଲକ୍ଷ ୯୯ ହଜାର ୮୦୦ ଟଙ୍କା ଖର୍ଚ୍ଚ କରିବେ। ଏହି ଅର୍ଥ ଏସିକ୍ୟୁ ଏକାଡେମିକୁ ପ୍ରଦାନ କରାଯିବ। ଏଥିପାଇଁ ସଂପୃକ୍ତ ସଂସ୍ଥା ସହ ବୁଝାମଣା ପତ୍ର( ଏମଓୟୁ) ସ୍ବାକ୍ଷର ହେବ। ତେବେ ଭୁବନେଶ୍ବର, ଜୟଦେବ ବିହାର ଅଞ୍ଚଳର ଥିବା ଏସିକ୍ୟୁ ଆଇଏଏସ ଏକାଡେମିକୁ ନେଇ ଏବେ ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି। ସଂପୃକ୍ତ ଆଇଏଏସ ଏକାଡେମି ତୁଳନାରେ ଓଡ଼ିଶାର କିଛି ନାମକରା ଏକାଡେମି ରହିଛନ୍ତି। ଦେଶରେ ବି ଅନ୍ୟ ସ୍ଥାନରେ ବହୁ ପ୍ରତିଷ୍ଠିତ ଏକାଡେମି ଥିବା ବେଳେ ସରକାର କେଉଁ ଆଧାରରେ ଏହି ଏକାଡେମିକୁ ଦାୟିତ୍ବ ଦେଲେ ବୋଲି ରଜତ କୁମାର ମିଶ୍ର ନାମକ ଆଶାୟୀ ପ୍ରଶ୍ନ କରିଛନ୍ତି। ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି। ତେବେ ଏଥିପାଇଁ ସବୁଠୁ ଉତ୍କୃଷ୍ଟ ତଥା ଅଭିଜ୍ଞତା ଥିବା ସଂସ୍ଥାକୁ ବିଚାରକୁ ନେଇଥିଲେ ଏହି ଯୋଜନା ସଫଳ ହୋଇଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe