ରାଜ୍ୟରେ ଛତା ଓ ଯୋତାର ସରକାର ଚାଲିଛି: ଅପରାଜିତା

Advertisment

ପାରାଦୀପ କାର୍ଯ୍ୟକ୍ରମକୁ ଆସିଲେନି ବିଜେପି ଜିଲ୍ଲା ସଭାପତି ଓ ସ୍ଥାନୀୟ ନେତା

ପାରାଦୀପ କାର୍ଯ୍ୟକ୍ରମକୁ ଆସିଲେନି ବିଜେପି ଜିଲ୍ଲା ସଭାପତି ଓ ସ୍ଥାନୀୟ ନେତା

ରାଜ୍ୟରେ ଛତା ଓ ଯୋତାର ସରକାର ଚାଲିଛି: ଅପରାଜିତା

ଜଗତସିଂହପୁର: ରାଜ୍ୟରେ ଛତା ଓ ଯୋତା ସରକାର ଚାଲିଛି। କେବଳ ଭୋଟ ପାଇଁ ଯେତେ ସବୁ ଯୋଜନା କରାଯାଉଛି। ଏହା ଲୋକମାନଙ୍କ ଦୀର୍ଘକାଳୀନ ସମସ୍ୟା ଦୂର କରିବାରେ କେତେ ସହାୟକ ହେବ ତାହା ରାଜ୍ୟବାସୀ ବିଚାର କରିବେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପାରାଦୀପ ଆସି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନବା ଅବସରରେ ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି। କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଅଥବା ଅଞ୍ଚଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଦେଖିବାକୁ ମିଳିନଥିଲା। ପାରାଦୀପ ନିର୍ବାଚନ ମଣ୍ଡଳୀରେ ଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ସମ୍ପଦ ସ୍ବାଇଁ ବି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ଏହି ନେତାମାନଙ୍କର ଅନ୍ୟ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ନେତାମାନଙ୍କ ଅନୁପସ୍ଥିତି ସମ୍ପର୍କରେ ଅପରାଜିତାଙ୍କୁ ପଚାରିବାରୁ ସେ ଏହାକୁ ବେଶ୍ ଚତୁରତାର ସହ ଏଡ଼ାଇ ଯାଇ ଅନୁପସ୍ଥିତ ଥିବା ନେତାମାନଙ୍କୁ ତାହା ପଚାରିବାକୁ କହିଥିଲେ।

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ‌ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ସବୁଠି ବେକାରୀ, ନିଯୁକ୍ତି ଓ ଦାରିଦ୍ର୍ୟ ସମସ୍ୟା ରହିଛି। ରାଜ୍ୟରେ ବହୁ ଉର୍ବର ଜମି ଓ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ତଥାପି ଓଡ଼ିଶା ଆଜି ଦେଶରେ ତଳ ପଟୁ ପଞ୍ଚମ ଦରିଦ୍ର ରାଜ୍ୟ ଭାବେ ଗଣା ହେଉଛି। ଲଗାତର କ୍ଷମତାକୁ ଆସୁଥିବା ସରକାର କଣ କରୁଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଚିଟଫଣ୍ଡ୍ ଜମାକାରୀ ଆଜି ବି ଟଙ୍କା ପାଇଁ ବୁଲୁଛନ୍ତି। ସରକାର ସେଦିଗରେ ଆନ୍ତରିକତାର ସହ ଉଦ୍ୟମ କରୁନାହାନ୍ତି ବୋଲି ଅପରାଜିତା କହିଛନ୍ତି। ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ ଦାସ, ଚରଣ ବିଶ୍ବାଳ, ସଂଜୀବ କୁମାର ମିଶ୍ର, ତ୍ରିଲୋଚନ ସ୍ବାଇଁ, ଶ୍ରୀକାନ୍ତ ଶତପଥୀ, ଜୀବନ ମହାପାତ୍ର, ହଟକୃଷ୍ଣ ସେଠୀ, ନାରାୟଣ ବେହେରା, ଶୈଳେନ୍ଦ୍ରୀ ସେନାପତି, ବନିତା ରାଉତ, ପ୍ରଦୀପ ସୁନ୍ଦରାୟ, ତାପସ ମହାନ୍ତି, ନିକୁଞ୍ଜ ପଟ୍ଟନାୟକ ଓ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରାଜିତା ଭୁବନେଶ୍ବରରରୁ ପାରାଦୀପ ଆସିବା ସମୟରେ ୮ଟି ସ୍ଥାନରେ ଅଟକି ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe