ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ ଦିଆସରିଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

Advertisment
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ ଦିଆସରିଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ ଦିଆସରିଛି। ୧ କୋଟି ୭୮ ଲକ୍ଷ ପ୍ରଥମ ଡୋଜ ନେଇଛନ୍ତି। ୫୮ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେଇଛନ୍ତି। ୫୭ ପ୍ରତିଶତ ଟିକାକରଣ ସରିଛି। ବାକି ଥିବା ଡୋଜର ୭୦ ପ୍ରତିଶତ ସରିଛି। ଏ ଯାଏ ୧ ଲକ୍ଷ୧୪ ହଜାର ଗର୍ଭବତୀଙ୍କୁ ଟୀକା ଦିଆ ହୋଇଛି। କିଛି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ପର୍ଯ୍ୟାପ୍ତ ଟିକା ମହଜୁଦ ଅଛି। ପାଖାପାଖି ୩୩ ଲକ୍ଷ ଟିକା ମହଜୁଦ ଅଛି। ଏଥିମଧ୍ୟରୁ ୩୧ ଲକ୍ଷ ୫୯ ହଜାର ୨୬୦ କୋଭିସିଲଡ ଓ ୨ ଲକ୍ଷ ୬୫ ହଜାର ୫୨୦ କୋଭାକ୍ସିନ ଟିକା ଅଛି। ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି। କେନ୍ଦ୍ର ସରକାର ଚିଠି ଦେଇଥିଲେ ‘ହୁ’ର ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲଡ ଅଛି। ତେଣୁ ସେମାନେ ସବୁ ଦେଶକୁ ସତର୍କ କରିଥିଲେ। ଏ ଯାଏ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଟିକା ନେବାର ଆଗ୍ରହ ଲୋକଙ୍କ ଭିତରେ ଅଛି, ହେଲେ ଟିକାକରଣ କେନ୍ଦ୍ରରେ ଗହଳି ନ କରି ଠିକ ସମୟରେ ଆସନ୍ତୁ। ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି। ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ୧୭ ଲକ୍ଷ ଡୋଜ ଟାର୍ଗେଟ ଥିଲା। ବାହାର ଲୋକ ଏଠାରେ ଆସିବାରୁ ୨୨ ଲକ୍ଷ ଟିକାକରଣ ହୋଇଛି। ହେଲେ ଭୁବନେଶ୍ୱରର ଟିକାକରଣ ଟାର୍ଗେଟ ହାସଲ କରାଯାଇଛି।

ଏଣେ କରୋନାସ୍ଥିତିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, କିଛି ଜିଲ୍ଲାରେ ଯେଉଁ କରୋନା ସଂଖ୍ୟା ବଢୁଛି ଓ କମୁଛି, ତାହା ସାରା ବିଶ୍ୱରେ ହେଉଛି। ତେଣୁ ସବୁ ସ୍ଥିର ଅଛି। ସାମାନ୍ୟ ବଢୁଛି ବୋଲି ଗୋଟିଏ ରେଡ ଜୋନ ହେଲା। ରେଡ଼ ଜୋନ ଜାଣିଲେ ତ ଅଧିକ କାମ କରିବାକୁ ହେବ। ଡେ଼ଲ୍ଟା କିଛି ମାତ୍ରାରେ ଅଛି।

ନିପା ମହାମାରୀ ଭାବେ ପୃଥିବୀରେ ହୋଇନି। ଏହା କେବଳ ଏକ ଆଉଟ ବ୍ରେକ୍। ଏଥିଲାଗି ସଚେତନ ହେବା ଦରକାର। ତାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି। ମଣିଷଠାରୁ ମଣିଷକୁ ନିପା ହେବାର ଭୟ ରହିଛି। ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe