ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଲେ ଆଦର୍ଶ ଓ ଜ୍ୟୋତିର୍ମୟୀ

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଲେ ଆଦର୍ଶ ଓ ଜ୍ୟୋତିର୍ମୟୀ

ବାରିପଦା: ବାରିପଦା ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଆଦର୍ଶ କୁମାର ରାଉତ ଓ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର ଛାତ୍ରୀ ଜ୍ୟୋତିର୍ମୟୀ ପଲେଇ ଜାତୀୟ ସେବା ଯୋଜନାରେ ଉଚ୍ଚମାନର ସେବା ପାଇଁ ଚଳିତବର୍ଷ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଛନ୍ତି। ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ଦୁଇଜଣଙ୍କୁ ମୁଖ୍ୟଅତିଥି ଏଆଇସିସିର ପବନ ଖେରା ପୁରସ୍କୃତ କରିଛନ୍ତି।

ଏନେଇ ଏନ୍‌ଏନ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ. ଶୁଭେନ୍ଦୁ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ସ୍ମୃତିରଞ୍ଜନ ଦାସ, ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୁକ୍ତିକାନ୍ତ ପଣ୍ଡା, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁକାନ୍ତ କୁମାର ଦ୍ବିବେଦୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଆଦର୍ଶ ଓ ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe