ରାଜ୍ୟ ବି ବଢ଼ାଇବ ମାଗଣା ଚାଉଳ ଅବଧି: ୧୫ରୁ ୨୦ ଦିନରେ ସରିବ ଇ-କେୱାଇସି ପ୍ରକ୍ରିୟା

Advertisment

କେନ୍ଦ୍ର ସରକାର ୨୦୨୮ ମସିହା ପର୍ଯ୍ୟନ୍ତ ମାଗଣା ଚାଉଳ ଅବଧିକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କୁ ମାଗଣାରେ ଭିଟାମିନଯୁକ୍ତ ଚାଉଳ ଯୋଗାଇ ‌ଦିଆଯିବ।

କେନ୍ଦ୍ର ସରକାର ୨୦୨୮ ମସିହା ପର୍ଯ୍ୟନ୍ତ ମାଗଣା ଚାଉଳ ଅବଧିକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କୁ ମାଗଣାରେ ଭିଟାମିନଯୁକ୍ତ ଚାଉଳ ଯୋଗାଇ ‌ଦିଆଯିବ।

ଭାରତ-ନେପାଳ ସୀମାରେ ଚାଉଳ ଚୋରାଚାଲାଣ

ଭୁବନେଶ୍ବର: କେନ୍ଦ୍ର ସରକାର ୨୦୨୮ ମସିହା ପର୍ଯ୍ୟନ୍ତ ମାଗଣା ଚାଉଳ ଅବଧିକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କୁ ମାଗଣାରେ ଭିଟାମିନଯୁକ୍ତ ଚାଉଳ ଯୋଗାଇ ‌ଦିଆଯିବ। ତେବେ ରାଜ୍ୟ ସରକାର ମଧ୍ୟ ମାଗଣା ଚାଉଳ ଅବଧି ବଢ଼ାଇବା ଲାଗି ଚିନ୍ତା କରୁଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ଧାର୍ଯ୍ୟ ଅନୁପାତରେ ମାଗଣା ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟର ଯେଉଁ ଯୋଜନା ରହିଛି ତାହାକୁ ମଧ୍ୟ ସେହି ଅନୁପାତରେ ବଢ଼ାଯିବ। ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ। ରାଜ୍ୟରେ ଏବେ ଇ-କେୱାଇସି କାର୍ଯ୍ୟ ଜାରି ରହିଛି। ୨.୩ କୋଟିଙ୍କ ଇ-କେୱାଇସି ସରିଲାଣି ଓ ପ୍ରାୟ କୋଟିଏ ଲୋକଙ୍କ ଇ-କେୱାଇସି ବାକି ରହିଛି। ଆସନ୍ତା ୧୫-୨୦ଦିନ ଭିତରେ ଏହି କାର୍ଯ୍ୟ ସରିବ। ଏହାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ଲୋକଙ୍କ ମୃତ୍ୟୁ ପରେ କିମ୍ବା ଗାଡ଼ି ଇତ୍ୟାଦି ଥାଇ କାର୍ଡ ପାଇଥିଲେ ତାହାକୁ ଭୂତ ରାସନ କାର୍ଡ ବୋଲି କୁହାଯାଇଥାଏ। ତେଣୁ ଇ-କେୱାଇସି ସରିବା ପରେ ହିଁ କେତେ ସଂଖ୍ୟକ ଭୂତ ରାସନ କାର୍ଡ ଚିହ୍ନଟ ହେଲା ତାହା ସ୍ପଷ୍ଟ ହୋଇପାରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଳୁ ମିସନ୍‌ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଉନ୍ନତମାନର ବିହନ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଅଣାଯିବ। ଆଳୁ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବ ଓ ଅନ୍ୟ ରାଜ୍ୟ ପାଖରେ ହାତ ପତାଇବାକୁ ପଡ଼ିବନାହିଁ। ରାଜ୍ୟ ସରକାର ୫୮ଟି ସବ୍‌ଡିଭିଜନ୍‌ରେ ସମାନସଂଖ୍ୟକ ଶୀତଳଭଣ୍ଡାର ତିଆର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ଷେ ଦୁଇ ବର୍ଷ ଭିତରେ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe