ଭୁବନେଶ୍ବର: ୩ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୪୯ଟି ସରକାରୀ ଆଇଟିଆଇ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି। ରାଜ୍ୟରେ ୨୪ ଟି ନୂଆ ଆଇଟିଆଇ କଲେଜ ଖୋଲିବ। ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି। ଆମେ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛୁ, ମାତ୍ର ନିଯୁକ୍ତି କ୍ଷେତ୍ରରେ ଆମେ ଫୋକସ୍ ଦେଉନୁ। ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦାୟିତ୍ୱ, ବିଭାଗ କେବଳ ତାଲିମ ଦେଇ ଥାଏ।
ସୂଚନାଯୋଗ୍ୟ ବିଜେପି ବିଧାୟକ କୁସୁମ ଟେଟେ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଇଟିଆଇ ସଂପର୍କରେ ପ୍ରଶ୍ନ କରିଥିଲେ।
Follow Us