ସାର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ ରାଜ୍ୟ

Advertisment
ଖରିଫ-୨୩ ପାଇଁ ପ୍ରସ୍ତୁତି: ୭୩ ହଜାର ମେଟ୍ରିକ୍‌ ଟନ୍‌ କମ ସାର ଯୋଗାଣ

kst-transportation.com

ଭୁବନେଶ୍ବର : ରାଜ୍ୟରେ ଡିଏପି, ପଟାସ ସାରର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଖରିଫ ଚାଷରେ ସାର, ବିହନ ଏବଂ କୀଟନାଶକକୁ ନେଇ ସମୀକ୍ଷା ବୈଠକ ବେଳେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହା କହିଛନ୍ତି। ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ୟାକ୍ସ, ଲ୍ୟାମ୍ପ୍ସକୁ ଆବଶ୍ୟକତା ଅନୁସାରେ ବିହନ ଯୋଗାଣ ନିମନ୍ତେ ନିର୍ଦ୍ଦେଶକଙ୍କୁ କୁହାଯାଇଥିଲା। ବୈଠକରେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ, ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe