ବିଧାନସଭାରେ ରାଜ୍ୟର ଆର୍ଥିକ ସ୍ଥିତି ଚିନ୍ତା

Advertisment
ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

odishaassembly.nic.in

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ସରଗରମ ଆଲୋଚନା ହୋଇଥିଲା। ରାଜ୍ୟର ଋଣ ଭାର ବଢ଼ୁଥିବାରୁ ବିରୋଧୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟ ଅର୍ଥନୀତିର ଗୋଲାପି ଚିତ୍ର ଦେଖାଇ ବିରୋଧୀଙ୍କୁ ଜବାବ ଦେଇଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ମୂଳପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ମୁଣ୍ଡ ପିଛା ଋଣ ଭାର ସଂକ୍ରାନ୍ତୀୟ ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଥିଲେ ଯେ ରାଜ୍ୟ ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣ ଧାରଣ କ୍ଷମତା ଓ ମୁଣ୍ଡ ପିଛା ଋଣରେ ବୃଦ୍ଧି ପାଇବା ସ୍ବାଭାବିକ। କିନ୍ତୁ ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ଯଦି ମୁଣ୍ଡପିଛା ଋଣର ଅଭିବୃଦ୍ଧି ଠାରୁ ଅଧିକ ହୁଏ, ତେବେ ଋଣର ପୋଷଣୀୟତା ରହିଥାଏ। ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ୨୨,୦୪୨ ଟଙ୍କା ଥିଲା ବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି। ୧୯୯୯-୨୦୦୦ରେ ମୁଣ୍ଡ ପିଛା ଋଣ ୪,୯୧୮ ଟଙ୍କା ଓ ମୁଣ୍ଡପିଛା ଆୟ ୧୩,୧୦୨ ଟଙ୍କା ଥିଲା। ଋଣ ନେବାରେ ଓଡ଼ିଶା ତଳ ଆଡ଼ୁ ଏକ ନମ୍ବର ବୋଲି ମନ୍ତ୍ରୀ କହିଥିଲେ। ଶ୍ରୀ ବାହିନୀପତିଙ୍କ ସମେତ ଦେବୀ ମିଶ୍ର, ଗଣେଶ ରାମ ଖୁଣ୍ଟିଆ, ଅମର ଶତପଥୀ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe