ସିବିଆଇ ମାଲଖାନାରେ ପଡ଼ିରହିଛି ବଡ଼ଗୋପଳଜୀ ମନ୍ଦିରରୁ ଚୋରି ହୋଇଥିବା ୧୨ ମୂର୍ତ୍ତି

୨୯ ବର୍ଷ ବିତିଗଲାଣି, ଫେରାଇ ଆଣିବାପାଇଁ ପ୍ରୟାସ ନାହିଁ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ୍‌

Image Courtesy of The Tribune

ସୋନପୁର : ୧୯୮୩ରେ ସୋନପୁର ବଡ଼ଗୋପଳଜୀ ମନ୍ଦିରରୁ ୧୨ଟି ମୂର୍ତ୍ତି ଚୋରି ହୋଇଥିଲା। ଘଟଣାର ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୩ରେ ଦିଲ୍ଲୀରୁ ସମସ୍ତ ମୂର୍ତ୍ତି ସିବିଆଇ ଜବତ କରିଥିଲା। ଇତିମଧ୍ୟରେ୨୯ ବର୍ଷ ବିତି ଯାଇଥିଲେ ମଧ୍ୟ ମୂର୍ତ୍ତିଗୁଡ଼ିକ ସୋନପୁର ଫେରିନଥିବାରୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ଏହି ମୂର୍ତ୍ତି ଗୁଡ଼ିକ ବର୍ତ୍ତମାନ ମଧ୍ୟ ସିବିଆଇ ମାଲଖାନାରେ ରହିଥିବା ଜଣାଯାଇଛି।

୧୯୮୩ ମସିହାରେ ରାଜବାଟି ସମ୍ମୁଖ ବଡ଼ଗୋପାଳଜୀ ମନ୍ଦିରରରୁ ୧୨ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ଦିଲ୍ଲୀ ସିବିଆଇ ଦ୍ବାରା ସମସ୍ତ ଚୋରି ମୂର୍ତ୍ତି ଜବତ ହେଲାପରେ ପୂରା ଘଟଣାରୁ ପର୍ଦ୍ଦା ହଟିଥିଲା। ୧୯୯୩ ଅକ୍ଟୋବର ୧୦ ତାରିଖ ଦିନ ଦିଲ୍ଲୀ ଚାନ୍ଦିନିଚୌକର ଫତେପୁରୀ ନିକଟରୁ ସିବିଆଇ ଦ୍ବାରା ଜବତ ହୋଇଥିଲା ଏହି ଚୋରି ମୂର୍ତ୍ତି। ୨ଟି ସୁଟ୍‌କେସରେ ସିଲ୍‌ ହୋଇଥିବା ଅବସ୍ଥାରେ କଣ୍ଟାବାଞ୍ଜିର ଦୁଇଜଣ ଚୋରା ବେପାରୀଙ୍କଠାରୁ ମୂର୍ତ୍ତି ଜବତ ହୋଇଥିଲା। ଏହାର ଦୀର୍ଘବର୍ଷ ପରେ ୨୦୦୯ ଅଗଷ୍ଟ ୪ ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ମୂର୍ତ୍ତି‌ଚୋରି ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା। ଅଗଷ୍ଟ ୭ରେ ଅଦାଲତ ରାୟ ଶୁଣାଇ କହିଥିଲେ ଯେ ପୂରାତନ ମୂର୍ତ୍ତି ଦୁର୍ଲଭ। ପ୍ରାଚୀନ କୀର୍ତ୍ତିରାଜିର ଦର ନିର୍ଦ୍ଧାରଣ କରାଯାଇ ପାରେନା। ଏହି ମୂର୍ତ୍ତି ସବୁ ବଡ଼ ଗୋପାଳଜୀ ମନ୍ଦିରକୁ ଫେରାଇ ପୁନଃ ସ୍ଥାପନ ନେଇ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଇତିମଧ୍ୟରେ ଚୋରି ଘଟଣାକୁ ୩୯ ବର୍ଷ ବିତି ଯାଇଛି। ଚୋରି ହୋଇଥିବା ମୂର୍ତ୍ତି ସ୍ଥାନ ଆଜି ବି ଖାଁ ଖାଁ ଲାଗୁଛି। ଏହା ସତ୍ତ୍ବେ ବି ଏହି ମୂର୍ତ୍ତି ଗୁଡ଼ିକ ସୋନପୁର ନଫେରିବା ସମସ୍ତଙ୍କୁ ବିସ୍ମିତ କରିଛି। ଏଦିଗରେ ପ୍ରଶାସନ ଏବଂ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe