ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

Advertisment
ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ବୌଦ୍ଧ-ଧଳପୁର ଜଗନ୍ନାଥ ସଡ଼କରେ ଥିବା ବଘାରପାଲି ଛକରେ ଏକ ବଜ୍ରକାପ୍ତାର ଡିଲ୍‌ ହେବା ବେଳେ ଏସ୍‌ଟିଏଫ୍‌ ଦଳ ମାଡ଼ି ବସିଛନ୍ତି। ବଜ୍ରକାପ୍ତା ନେଇ ଆସିଥିବା ବ୍ୟକ୍ତିକୁ କାବୁ କରିବା ସହ ଏକ ବସ୍ତାରୁ ଜୀବନ୍ତ ବଜ୍ରକାପ୍ତା ଜବତ କରିଛନ୍ତି।

ସୂଚନା ଅନୁସାରେ, ଏସ୍‌ଟିଏଫ୍‌ ଦଳ କିଛି ଦିନ ହେଲା ବୌଦ୍ଧରେ ଡେରା ପକାଇ ସମଗ୍ର ଜିଲ୍ଲା ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ। ରବିବାର ସନ୍ଧ୍ୟାରେ ବଘାରପାଲି ଛକରେ ଜଣେ ବ୍ୟକ୍ତି ବଜ୍ରକାପ୍ତା ନେଇ ସଉଦା ପାଇଁ ଛିଡ଼ା ହୋଇଥିବା ସୂଚନା ପାଇଥିଲେ। ବନ ବିଭାଗର ସହାୟତାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି କାବୁ କରିଥିଲେ। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ ମଙ୍ଗଳପୁରର ପ୍ରକାଶ ମହାକୁଡ଼। ତାଙ୍କ ପାଖରୁ ୧୧ କେଜି ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରି ବୌଦ୍ଧ ଡିଏଫ୍‌ଓଙ୍କୁ  ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe