ଚୋରା ମାଙ୍ଗାନିଜ ଡମ୍ପର ଜବତ

Advertisment
ଚୋରା ମାଙ୍ଗାନିଜ ଡମ୍ପର ଜବତ

ଯୋଡା: ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ସିଲଯୋଡା ଗ୍ରାମ୍ୟ ଜଙ୍ଗଲରୁ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବନ ବିଭାଗ ଦ୍ବାରା ଏକ ଚୋରା ମାଙ୍ଗାନିଜ ବୋଝେଇ ଡମ୍ପର ଜବତ ହୋଇଛି। ଡମ୍ପରରେ ୮ ମେଟ୍ରିକ ଟ୍ରନ ଚୋରା ମାଙ୍ଗାନିଜ ରହିଥିବା ଜଣାପଡିଛି। ବନ ବିଭାଗର ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଏକ ଖଣିରୁ ଜବତ ଡମ୍ପର(ଓଡି୦୯ଏ ୮୯୦୯) ଦ୍ବାରା ମାଙ୍ଗାନିଜ ଚୋରା ଚାଲାଣ କରାଯାଉଥିବା ବନ ବିଭାଗ ଖବର ପାଇ ଚଢଉ କରିଥିଲା। ଚଢଉ ବେଳେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଖସି ପଳେଇଥିଲେ। ଏହି ଚଢଉରେ ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତ, ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁ ଓ ବନ ସ୍କାଡ଼୍ ସାମିଲ ଥିଲେ। ଯୋଡା ଖଣି ମଣ୍ତଳରୁ ଦିନକୁ ଦିନ ଖଣିଜ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଥିଲେ ହେଁ ଏହାକୁ ଖଣି ବିଭାଗ ରୋକିବାରେ ବିଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe