ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଧକୋଠାର ପଥର ଶିଳ୍ପୀ

Advertisment
ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଧକୋଠାର ପଥର ଶିଳ୍ପୀ

ଆନନ୍ଦପୁର: ପାଠପଢା ପରେ ଚାକିରି ପଛରେ ନଗ‌ୋଡ଼ାଇ ନିଜକୁ ଆତ୍ମନିର୍ଭରଶୀଳ ହେବାର ନିଶା ଆଜି ତାଙ୍କୁ ସଫଳତା ଆଣି ଦେଇଛି। ପଥରରେ ତାଙ୍କ ଦ୍ବାରା ନିର୍ମିତ କଳାକୃତି ଏବେ ‌ଦେଶବିଦେଶରେ ବେଶ୍ ଆଦର ଲାଭ କରିଛି। ଆନନ୍ଦପୁର ବ୍ଳକ ଧକୋଠାର ଯୁବ ପଥରଶିଳ୍ପୀ ସୁବାସ ଖିଲାର ନିଜେ ରୋଜଗାରକ୍ଷମ ହେବାସହିତ ଅନ୍ୟ କାରିଗରକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ପାରିଛନ୍ତି। ଧକୋଠା ପଥର ଶିଳ୍ପୀଙ୍କୁ ଅନ୍ତୁଡ଼ିଶାଳ। ପୂର୍ବରୁ ଏଠାରେ ଖଡ଼ି ପଥରରେ ଶିଳ୍ପୀମାନେ ମୂର୍ତ୍ତି ନିର୍ମାଣ କରୁଥିଲେ। ପିଲାଟି ଦିନରୁ ସୁବାସଙ୍କର ମୂର୍ତ୍ତି ନିର୍ମାଣ ପ୍ରତି ବିଶେଷ ଆଗ୍ରହ ଥିଲା।

ସୁବାସ କଳାରେ ସ୍ନାତକ ପାସ ପରେ ପଥର ଖୋଦେଇ କଳାର ପ୍ରଶିକ୍ଷଣ ନେଇଥିଲେ। ମାର୍ବଲ, ମୁଗୁନି, ଗ୍ରାନାଇଟ୍ ଭଳି ପଥରରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସହତି ଲୋକଙ୍କ ପ୍ରତିମୂର୍ତ୍ତି ନିର୍ମାଣକରି ନିଜର କଳା ଦକ୍ଷତା ହାସଲ କରିଥିଲେ। ବିଭିନ୍ନ ପ୍ରକାର ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ଆକର୍ଷଣୀୟ ମୂର୍ତ୍ତି ଓ କଳାକୃତି ତିଆରିକରି ଦେଶବିଦେଶକୁ ରପ୍ତାନୀ କରାଯାଉଛି। ଗ୍ରାମରେ ସାଇକ୍ରିଷ୍ଣା ପଥର ଖୋଦେଇ କେନ୍ଦ୍ର ପ୍ରତିଷ୍ଠା କରି ଏଥିରେ ଯୁବଗୋଷ୍ଠୀଙ୍କୁ ତାଲିମ୍ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜି ପର୍ଯ୍ୟନ୍ତ ସେ ଶତାଧିକ କାରିଗରଙ୍କୁ ପ୍ରଶିକ୍ଷଣ ଦେବାରେ ସକ୍ଷମ ହୋଇଥିବାବେଳେ ସେମାନେ ନିଜ ସ୍ତରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏପରିକି ଏବେ ୨୫ରୁ ଊର୍ଦ୍ଧ୍ବ ଯୁବ କାରିଗର ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବାବେଳେ ସେମାନେ ମଧ୍ୟ ବେଶ୍ ଦୁଇପଇସା ରୋଜଗାର କରି ପାରୁଛନ୍ତି। ସୁବାସଙ୍କ ଉଦ୍ୟମରେ ଧକୋଠାର ପଥର ଶିଲ୍ପୀଙ୍କ ନାମ ଏବେ ଦେଶବିଦେଶରେ ବେଶ୍ ପରିଚିତ ଥିବାବେଳେ ଆଗକୁ ଏହାର ଅଧିକ ପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe