ଶୁଖିଗଲା ମହାନଦୀ ସ୍ରୋତ: ଦେଖାଗଲାଣି ପଥର, ବାଲି ଓ ଘାସ

ଶୁଖିଗଲା ମହାନଦୀ ସ୍ରୋତ। ବର୍ଷା ଋତୁରେ ଫୁଲି ଉଠିଥିବା ମହାନଦୀ ଶଯ୍ୟାରେ ଏବେ ପଥର, ବାଲି ଆଉ କେଉଁଠି କେମିତି ବଡ଼ ବଡ଼ ଘାସ ଦେଖାଯାଉଛି। ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ସବୁତକ ଗେଟ୍ ବନ୍ଦ କରିଦେବା ପରେ

sdsdssdds

ସମ୍ବଲପୁର: ଶୁଖିଗଲା ମହାନଦୀ ସ୍ରୋତ। ବର୍ଷା ଋତୁରେ ଫୁଲି ଉଠିଥିବା ମହାନଦୀ ଶଯ୍ୟାରେ ଏବେ ପଥର, ବାଲି ଆଉ କେଉଁଠି କେମିତି ବଡ଼ ବଡ଼ ଘାସ ଦେଖାଯାଉଛି। ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ସବୁତକ ଗେଟ୍ ବନ୍ଦ କରିଦେବା ପରେ ମହାନଦୀରେ ଆଉ ପାଣି ଆସୁନାହିଁ। ରବିବାର ସକାଳ ୮ଟାରେ ମାତ୍ର ୨୮୩ କ୍ୟୁସେକ୍ ପାଣି ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଥିଲା। ଧାନ ଅମଳ ସମୟ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲଗୁଡ଼ିକରେ ଜଳଯୋଗାଣ ବନ୍ଦ ରହିଛି। ଅପରପକ୍ଷରେ ଗତ ୧୧ ତାରିଖରୁ ପାୱାର ଚାନେଲରେ ଜଳଯୋଗାଣ ହେଉ ନଥିବା କାରଣରୁ ଉଭୟ ବୁର୍ଲା ଓ ଚିପିଲିମା ଶକ୍ତିକେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି। ଆଜି ଯେତିକି ପାଣି ଆସୁଥିଲା, ସବୁତକ ପାଣି (୨୮୩ କ୍ୟୁସେକ୍‌) ଶିଳ୍ପାନୁଷ୍ଠାନଗୁଡ଼ିକ ଟାଣି ନେଇଥିବା ଜଣାପଡ଼ିଛି। 

ବର୍ଷା ଋତୁର ଆଗମନ ପରେ ଛତିଶଗଡ଼ ସରକାର ବନ୍ୟା ଭୟରେ କଲ୍‌ମା ବ୍ୟାରେଜ୍‌ର ସବୁତକ ଗେଟ୍‌ ଖୋଲା କରି ଦେଇଥାନ୍ତି। ଅକ୍ଟୋବର ୧୫ ପରେ ଧୀରେ ଧୀରେ ବ୍ୟାରେଜ୍‌ର ସମସ୍ତ ୬୬ଟି ଗେଟ୍ ବନ୍ଦ କରି ଦେଇଥାନ୍ତି। ଗତ ୨୨ ତାରିଖ ସୁଦ୍ଧା ଛତିଶଗଡ଼ ସରକାର ୫୯ଟି ଗେଟ୍‌ ବନ୍ଦ କରିଥିଲେ। ଅନ୍ୟ ବର୍ଷ ଅକ୍ଟୋବର ଶେ‌ଷ ସୁଦ୍ଧା ସବୁ ଗେଟ୍‌ ବନ୍ଦ କରୁଥିବା ବେଳେ ଏଥର ସାମାନ୍ୟ ବ୍ୟତିକ୍ରମ ରହିଥିଲା। ନଭେମ୍ବର ମାସରେ ବି ଗୋଟିଏ ଦୁଇଟି ଗେଟ୍‌ ଖୋଲା ରଖି ଅଳ୍ପ ଅଳ୍ପ ପାଣି ଛାଡ଼ୁଥିଲେ। ହେଲେ ଏବେ ସବୁ ବନ୍ଦ କରି ଦେଇଛନ୍ତି। ରବିବାର ସକାଳ ୮ଟା ସୁଦ୍ଧା ମାତ୍ର ୨୮୩ କ୍ୟୁସେକ୍ ପାଣି ଆସୁଥିଲା। ଗେଟ୍‌ଗୁଡ଼ିକ ବନ୍ଦ ହେବା ପରେ ସମ୍ଭବତଃ ଜଳସ୍ରୋତ ଶୁଖି ଯାଇଥିବା ବେଳେ ଝରି ଝରି ଯାହା କିଛି ପାଣି ଆସୁଛି। ଉଲ୍ଲେଖଯୋଗ୍ୟ ଯେ ଜଳବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ଓଏଚ୍‌ପିସି ପାୱାର ଚାନେଲରେ ଅଧିକ ପାଣି ଟାଣିବା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଥିଲା। ଦିନ କେଇଟାରେ ୩ ଫୁଟ୍‌ରୁ ଅଧିକ ଜଳସ୍ତର ଖସିଆସିବା ପରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଅକ୍ଟୋବର ତୃତୀୟ ସପ୍ତାହରେ ବାଧ୍ୟ ହୋଇ ଓଏଚ୍‌ପିସିକୁ ଚିଠି ଲେଖି ଜଳର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଫଳରେ ଗତ ନଭେମ୍ବର ପ୍ରଥମ ସପ୍ତାହରେ ଭୁ‌ବନେଶ୍ବରରେ ହୀରାକୁଦ ଜଳ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ହୀରାକୁଦ ଜଳଭଣ୍ଡାର ଶୀର୍ଷ ଜଳସ୍ତର ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ୬୨୬.୧୫ ଫୁଟ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe