ନଦୀରେ ବୁଡ଼ି କଲେଜ ଛାତ୍ର ମୃତ

Advertisment
କୋଲାବ ନଦୀକୁ ଡେଇଁପଡ଼ିଲେ ମହିଳା ପୋଷ୍ଟମାଷ୍ଟର

Image Courtesy of India.com

କଣ୍ଟାମାଳ:  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ଆମ୍ବଗହଣା ଗ୍ରାମର ଜନୈକ କଲେଜ ଛାତ୍ର ସୋମବାର ସକାଳେ ତେଲ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ପାପ୍ତ ସୂଚନାନୁସାରେ ଗାଁ’ର ବାବୁଲୁ ବଗର୍ତ୍ତି (୧୮) ଆଜି ନିଜ ଗାଁ ନିକଟ ତେଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଅସାବଧାନତା ବଶତଃ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଖବର ପାଇ ପରିବାର ଲୋକେ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନେଇ ଯାଇଥିଲେ।

କିନ୍ତୁ ସେଠାରେ ଡାକ୍ତର ବାବୁଲୁଙ୍କୁ ମୃତ ଘୋଷଣା କରିଥିଲେ। ବାବୁଲୁ ସୁବର୍ଣ୍ଣପୁର ମୋଡେଲ ଡିଗ୍ରି କଲେଜର ଦ୍ଵିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ମୃତ୍ୟୁରେ ଗାଁ’ ସମେତ କଲେଜରେ ଶୋକର ଛାୟା ଖେଳିଯାଇଛି। ସୋନପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe