ଗରମରେ ଚେତା ହରାଇଲେ ଛାତ୍ରୀ

Advertisment
ଗରମରେ ଚେତା ହରାଇଲେ ଛାତ୍ରୀ

ଖୁଣ୍ଟା/କୁଆମରା: ଚଳିତ ବର୍ଷ ଜିଲ୍ଲାରେ ସବୁ ରେକର୍ଡକୁ ଭାଙ୍ଗିଛି ତାତି। ତତଲା କଡ଼େଇ ପାଲଟିଛି ସାରା ଜିଲ୍ଲା। ପାରଦ ଲଗାତର ୪୩ ଡିଗ୍ରି ଉପରେ ରହୁଛି। ଏହି ଗରମ ଗୁଳୁଗୁଳି ପାଇଁ ଆଜି ଖୁଣ୍ଟା ଡିଗ୍ରି କଲେଜରେ ଜଣେ ଛାତ୍ରୀ ଗୁରୁତର ହୋଇପଡିଥିଲେ। ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ସସ୍ମିତା ମହାପାତ୍ର ପୂର୍ବାହ୍ନରେ ସାଇକେଲ ଚଳାଇ କଲେଜରେ ପହଞ୍ଚିବା ପରେ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ତେବେ ଅତ୍ୟଧିକ ଗରମ ଯୋଗୁଁ ସେ ଚେତା ହରାଇଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ସେଠାରେ ଅଶୁଂଘାତ ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ଦେଖାଯାଇଥିଲା। ପରେ ସାଧାରଣ ୱାର୍ଡରେ ସଂପୃକ୍ତ ଛାତ୍ରୀଙ୍କ ଚିକିତ୍ସା କରାଯାଇଥିଲା। ଏହି ଘଟଣା ପରେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଶୁଂଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ୟୁନିଟ ସ୍ଥାପନା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe