ନଦୀକୁ ଡେଇଁ ଛାତ୍ରୀ ନିଖୋଜ

Advertisment
ନଦୀକୁ ଡେଇଁ ଛାତ୍ରୀ ନିଖୋଜ

Wikimedia Commons

ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଯୋକଡ଼ିଆଠାରେ ଥିବା ପୁରୁଣା ବ୍ରିଜ ଉପରୁ ଆଜି ଜଣେ ନାବାଳିକା ଛାତ୍ରୀ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ସକାଳ ପ୍ରାୟ ୯ଟା ସମୟରେ ଛାତ୍ରୀଜଣକ ବ୍ରିଜ ଉପରେ ନିଜର ସାଇକେଲ ଓ ଚପଲ ଥୋଇ ନଦୀକୁ ଡେଇଁ ପଡ଼ିଥିଲେ ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପାଣିରେ ପଡ଼ିଲା ପରେ ଦୁଇ ତିନିଥର ଉପରକୁ ଉଠି ଛାତ୍ରୀଜଣକ ବୁଡ଼ି ଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତୁରନ୍ତ ସ୍ଥାନୀୟ ମାଛ ଧରାଳିମାନେ ନଦୀରେ ଖୋଜାଖୋଜି କରିଥିଲେ।

ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜିଥିଲେ ମଧ୍ୟ ଛାତ୍ରୀଙ୍କୁ ଠାବ କରିପାରି ନଥିଲେ। ନିଖୋଜ ଛାତ୍ରୀ ହେଉଛନ୍ତି ସ୍ଥାନୀୟ ବାଉଁଶଅଣ୍ଟା ଗ୍ରାମର ବିଜୟ ପାଇକରାଙ୍କ ଝିଅ ତିଳୋତ୍ତମା ପାଇକରା। ସେ ନିଜ ମାମୁଘର ଛୋଟରାୟପୁରଠାରେ ରହି ପାଠ ପଢୁଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ୍‌ କରିଥିଲେ। ନଦୀକୁ ଡେଇଁବାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ କୁଆଖିଆ ପୁଲିସ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe