ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଉପଜିଲ୍ଲାପାଳ

ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଉପଜିଲ୍ଲାପାଳ

ଝାରସୁଗୁଡ଼ା : ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଗୁରୁବାର ଅଚାନକ କିର୍ମିରା ବ୍ଲକ୍‌ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପାଢ଼ୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଯାଞ୍ଚ କରିବା ସହ ଶିକ୍ଷାଦାନର ମାନ, ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ସମ୍ପର୍କରେ ପଚାରି ବୁଝିଥିଲେ ଓ ନିଜେ ମଧ୍ୟାହ୍ନ ଭୋଜନ କରିଥିଲେ। ବିଦ୍ୟାଳୟର ଶ୍ରେଣୀଗୃହ ଏବଂ ପରିସର ବୁଲି ଦେଖିବା ସହ ପରିଷ୍କାର ପରିଚ୍ଛନ୍ନତାରେ ସନ୍ତୋଷ ପ୍ରକାଶ କରିଥିଲେ।

ଅପରାହ୍‌ଣ ୩ଟା ପରେ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ସୁଧାରାତ୍ମକ ପ୍ରଶିକ୍ଷଣ ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେବା ସହ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣି ଶିକ୍ଷାଦାନର ବ୍ୟବସ୍ଥା କରିବା ପାଇଁ ସେମାନଙ୍କର ପିତାମାତା କିମ୍ବା ଅଭିଭାବକମାନଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ବିଦ୍ୟାଳୟର ସୁପରିଚାଳନା ସକାଶେ ମଧ୍ୟ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଏଏନ୍‌ଏମ୍‌ଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe