ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡ଼େନ ଧାନମଣ୍ଡିରେ ବେଆଇନ ଗଚ୍ଛିତ ଧାନକୁ ଶନିବାର ଯୋଗାଣ ବିଭାଗର ସ୍ଵତନ୍ତ୍ର ସ୍କ୍ୱାଡ୍ ଜବତ କରିଛି। ଏହି ଧାନ ୧୮ଜଣଙ୍କ ୨୮ଶହ ବସ୍ତା ବୋଲି ଜଣାପଡ଼ିଛି। ଦୁଇଦିନ ଧରି ମଣ୍ଡିରୁ ଧାନ ନଉଠିବାରୁ ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ତାର ଉଚିତ ତଦନ୍ତ କରାଯାଇଥିଲା। ହେଲେ ଚାଷୀମାନେ ମଣ୍ଡିରେ ରଖିଥିବା ଧାନର ସଠିକ୍ ଉତ୍ତର ଦେଇପାରି ନଥିଲେ। ଫଳରେ ଶନିବାର ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଦାସ, ଦେବଦର ଧରୁଆଙ୍କୁ ନେଇ ଗଠିତ ସ୍ୱାଡ୍ ଓ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଧାନକୁ ଜବତ କରିଥିଲେ। ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି ଓ ଜବତ ହୋଇଥିବା ଧାନକୁ ସ୍ଥାନୀୟ ରାଇସ ମିଲ ଜିମା ଦିଆଯାଇଛି। ବହୁଦିନ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଥିଲା। ହେଲେ ଧାନ କ୍ରୟ ଅଧିକାରୀ ଏହା ଚାଷୀଙ୍କ ଧାନ କି ଦଲାଲଙ୍କ ଧାନ କେମିତି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ବୋଡ଼େନ ମଣ୍ଡିରେ ବେଆଇନ ଗଚ୍ଛିତ ଧାନକୁ ଜବତ କଲା ଯୋଗାଣ ବିଭାଗ
Advertisment
Follow Us