୩ ସପ୍ତାହ ହେଲା ପାନୀୟଜଳ ଯୋଗାଣ ବନ୍ଦ

Advertisment
୩ ସପ୍ତାହ ହେଲା ପାନୀୟଜଳ ଯୋଗାଣ ବନ୍ଦ

ପଣ୍ତାପଡ: ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଅନ୍ତର୍ଗତ ମସିଣାଯୋଡ଼ି ଗ୍ରାମକୁ ୩ ସପ୍ତାହ ହେଲା ପାନୀୟ ଜଳଯୋଗାଣ ବନ୍ଦ ରହିଛି। ତେଣୁ ଗ୍ରାମବାସୀ ପିଇବାପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମସିଣାଯୋଡ଼ିଠାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ବୋରଓ୍ବେଲ ରହିଛି। ସେଠାରୁ ୩ଟି ୱାର୍ଡକୁ ପାଇପ୍ ସଂଯୋଗ ହୋଇଛି। ବିଦ୍ୟୁତ ବିଲ୍ ବକେୟା ଥିବା କାରଣରୁ ସେଠାରେ ଲାଗିଥିବା ଟ୍ରାନସଫର୍ମର ଠାରୁ ବିଜୁଳି କାଟିଦିଆଯାଇଛି। ଯଦ୍ବାରା ଏହି ସମସ୍ୟା ଦେଖାଦେଇଛି।

ପଞ୍ଚାୟତର ସରପଞ୍ଚଙ୍କୁ ଏ ବାବଦରେ ପଚାରିବାରୁ ଏପ୍ରିଲ ମାସରେ ୪୭ହଜାର ଟଙ୍କା ବିଜୁଳି ଦେୟ ପଇଠ କରିଥିବା କହିଛନ୍ତି। ଢେ଼ଙ୍କିକୋଟ ଇଲେକଟ୍ରିକାଲ ଜେଇଙ୍କୁ ପଚାରିବାରୁ ଏଯାବତ୍ କୌଣିସ ଟଙ୍କା ଏକାଉଣ୍ଟକୁ ଯାଇ ନ ଥିବା କହିଛନ୍ତି।  ଏବେ ୯୧ ହଜାର ୫ଶହ ଟଙ୍କା ସୁଦ୍ଧା ବିଜୁଳି ଦେୟ ବକେୟା ଥିବା ଜଣାଯାଇଛି। ତୁରନ୍ତ ଏହାର ସମାଧାନ କରିବା ପାଇଁ ସମାଜସେବୀ କ୍ଷରୋଦକୁମାର ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe