ରାଜ୍ୟରୁ ଅକ୍ସିଜେନ୍‌ ଯୋଗାଣ ୫ହଜାର ଟନ୍‌ ଟପିଲା, ୨୮୧ ଟ୍ୟାଙ୍କର୍‌ରେ ଗଲାଣି ୫୧୨୫ ଟନ୍ ଅକ୍ସିଜେନ୍‌

Advertisment

ରାଉରକେଲା ଯୋଗାଉଛି ସର୍ବାଧିକ, ଆନ୍ଧ୍ରକୁ ଯାଇଛି ଅଧିକ

ରାଉରକେଲା ଯୋଗାଉଛି ସର୍ବାଧିକ, ଆନ୍ଧ୍ରକୁ ଯାଇଛି ଅଧିକ

କରୋନା ବ଼ଢ଼ିବାରୁ ଅକ୍ସିଜେନ୍ ଚିନ୍ତା ଫେରିଲା

Image Courtesy of Zee News

କଟକ: ଗତ କିଛିଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିଛି। ଆଜି ସୁଦ୍ଧା ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୨୮୧ଟି ଟ୍ୟାଙ୍କ‌ର୍‌ରେ ୫୧୨୫.୪୧୨ ଟନ୍ ଅମ୍ଳଜାନ ଯୋଗାଣ ସରିଛି। ବିପଦର ବନ୍ଧୁ ଓଡ଼ିଶା ସରକାର ମାତ୍ର କେଇଟା ଦିନରେ ୫ ହଜାର ଟନରୁ ଅଧିକ ଅକ୍ସିଜେନ୍‌ ଯୋଗାଇ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଶାର ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍‌ ପଠାଯାଇଛି।

ଏହି ଅଭିଯାନରେ ରାଉରକେଲା ସର୍ବାଧିକ ଅକ୍ସିଜେନ୍‌ ‌ଯୋଗାଇଛି। ତଥ୍ୟ ମୁତାବକ, ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରୁ ୩୧ ଟ୍ୟାଙ୍କର୍‌ ଯୋଗେ ୫୧୭.୯୪ଟନ୍, ଢେଙ୍କାନାଳ ଜିଲ୍ଲାରୁ ୬୪ଟି ଟ୍ୟାଙ୍କର୍‌ ଯୋଗେ ୯୮୧.୦୮ ଟନ୍, ଯାଜପୁର ଜିଲ୍ଲାରୁ ୭୪ଟି ଟ୍ୟାଙ୍କର ଯୋଗେ ୧୫୦୮.୬୨ ଟନ୍ ଓ ରାଉରକେଲାରୁ ୧୧୨ଟି ଟ୍ୟାଙ୍କର୍‌ ଯୋଗେ ୨୧୧୭.୭୭୨ ଟନ୍ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଛି। ମୋଟ ୮୩ ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୭୦୨.୯୮ ଟନ, ୭୬ଟି ଟ୍ୟାଙ୍କର୍‌ରେ ତେଲେଙ୍ଗାନାକୁ ୧୨୬୭.୭୩୯ ଟନ୍, ତାମିଲନାଡୁକୁ ୭ଟି ଟ୍ୟ‌ାଙ୍କର ଯୋଗେ ୧୩୬.୪୨ ଟନ୍, ହରିୟାଣାକୁ ୩୫ଟି ଟ୍ୟା‌ଙ୍କରରେ ୬୫୪.୪୮୨ ଟନ୍, ମହାରାଷ୍ଟ୍ରକୁ ୧୩ଟ୍ୟାଙ୍କର୍‌ରେ ୨୨୧.୧୬ ଟନ, ଛତିଶଗଡ଼କୁ ୧୪ଟି ଟ୍ୟାଙ୍କର୍‌ରେ ୨୧୪.୩୯୧ଟନ୍, ଉତ୍ତରପ୍ରଦେଶକୁ ୨୪ଟି ଟ୍ୟାଙ୍କର୍‌ ଯୋଗେ ୪୩୮.୨୩ ଟନ୍, ମଧ୍ୟପ୍ରଦେଶକୁ ୨୬ଟି ଟ୍ୟାଙ୍କର୍‌ ଯୋଗେ ୪୩୮.୨୩ ଟନ୍ ଅକ୍ସିଜେନ୍‌ ଯୋଗାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe