ସ୍ୱାଭାବିକ ହେଲା ଆଳୁ ଯୋଗାଣ: ପଶ୍ଚିମବଙ୍ଗ ଗୋଦାମରେ ଲାଗିଛି ଶତାଧିକ ଟ୍ରକ୍‌

Advertisment

ଗୁରୁବାର ସକାଳେ ଓଡ଼ିଶା ବଜାରରେ ପହଞ୍ଚିବ

ଗୁରୁବାର ସକାଳେ ଓଡ଼ିଶା ବଜାରରେ ପହଞ୍ଚିବ

ତରକାରିରୁ ଉଭାନ ହେଲାଣି ଆଳୁ: ପଶ୍ଚିମବଙ୍ଗରେ ୧୭, ରାଜଧାନୀରେ ୩୦

The Economic Times

ଚନ୍ଦନେଶ୍ୱର: ଓଡ଼ିଶାକୁ ଆଳୁ ଯୋଗାଣ ନେଇ ଲାଗୁ ‌ହୋଇଥିବା କଟକଣାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ହଟାଇ ଦେଇଥିଲେ। ଫଳରେ ଆଜି ବିଭିନ୍ନ ଗୋଦାମରେ ଶହ ଶହ ଟ୍ରକ୍‌ ଲାଗିଛି ଏବଂ ଯୋଗାଣ ପାଇଁ ସେଥିରେ ଆଳୁ ବସ୍ତା ଲଦା ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ଏହି ଆଳୁ ଓଡ଼ିଶା ବଜାରରେ ପହଞ୍ଚିବ। ପଶ୍ଚିମବଙ୍ଗ ସରକାର ରାଜ୍ୟରୁ ଆଳୁ ଯୋଗାଣ ଉପରେ କଟକଣା ଜାରି କରିଥିଲେ। ଫଳରେ, ଏକ ମାସରୁ ଅଧିକ ହେବ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଥିଲା। ଓଡ଼ିଶାବାସୀ ୪୫ରୁ ୫୦ ଟଙ୍କା ଦରରେ ଆଳୁ କିଣିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପଟେ ଟ୍ରକ୍‌ରେ ଲଦାଥିବା ଆଳୁ ଓ ଶୀତଳଭଣ୍ଡାରରେ ଗଚ୍ଛିତ ଆଳୁ ପଚିବା ଯୋଗୁଁ ଚାଷୀ ଓ ଶୀତଳଭଣ୍ଡାରର ମାଲିକମାନେ ସରକାରୀ କଟକଣା ବିରୋଧରେ ସ୍ବର ଉତ୍ତୋଳନ ସହ ହରତାଳ କରିଥିଲେ। ଏହାପରେ ଆଜି ସକାଳ ପାଖରୁ ପଶ୍ଚିମବଙ୍ଗର ଶୀତଳଭଣ୍ଡାରଗୁଡ଼ିକରେ ଶହ ଶହ ଟ୍ରକ୍‌ ଲାଗିଛି। ଯେଉଁଥିରେ ଆଳୁ ଲଦା ହୋଇଥିବା ଦେଖିବାକୁ ମିଳିଛି। ତେବେ ଭାରତ ବନ୍ଦ ଥିବା ଯୋଗୁଁ ଆଳୁ ବୋଝେଇ ଟ୍ରକ୍‌ଗୁଡ଼ିକ ଆସି ପାରି ନଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା ବଜାରରେ ପହଞ୍ଚିବ ବୋଲି ବ୍ୟବସାୟୀ ନିତ୍ୟଗୋପାଳ ସେନାପତି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe