ସ୍କୁଲ୍‌ କାର୍ଯ୍ୟାଳୟ ଓ ଗୋଦାମ ଗୃହରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷୟିତ୍ରୀ

Advertisment
ସ୍କୁଲ୍‌ କାର୍ଯ୍ୟାଳୟ ଓ ଗୋଦାମ ଗୃହରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷୟିତ୍ରୀ

The Times of Israel

ରେଢ଼ାଖୋଲ: ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ଦଲକି ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟାଳୟ ଓ ଗୋଦାମ ଗୃହରେ ତାଲା ପକାଇ ଦେଇଛନ୍ତି ନିଲମ୍ବିତ ଶିକ୍ଷୟିତ୍ରୀ ଅଞ୍ଜନା ସେଠୀ। ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ ପାଠପଢ଼ାରେ ବ୍ୟାଘାତ ହେବା ସହ ମଧ୍ୟହ୍ନ ଭୋଜନରେ ବାଧାସୃଷ୍ଟି ହୋଇଛି।

ନିଲମ୍ବିତ ଶିକ୍ଷୟିତ୍ରୀ ଅଞ୍ଜନାଙ୍କ କହିବା ଅନୁସାରେ, ସେ ପ୍ରମୋଶନ ପାଇଁ ଯୋଗ୍ୟ ହୋଇଥିବା ବେଳେ ତାଙ୍କୁ ବିନା କାରଣରେ ନିଲମ୍ବିତ କରାଯାଇଛି। ସେହିପରି ତାଙ୍କ କହିବା ଅନୁସାରେ ତାଙ୍କୁ ତା. ୧୮/୫/୨୨ ରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ମାତ୍ର ତାଙ୍କୁ ତା. ୬/୭/୨୨ରେ ନିଲମ୍ବିତ ସମ୍ପର୍କରେ ଚିଠି ଦିଆଯାଇଛି। ଏହାକୁ ନେଇ ଶିକ୍ଷୟିତ୍ରୀ ଜଣକ ଆପତ୍ତି ଉଠାଇଛନ୍ତି। ଏହାର ପ୍ରତିବାଦରେ ସେ ରବିବାରଠାରୁ କାର୍ଯ୍ୟାଳୟ ଓ ଗୋଦାମ ଗୃହରେ ତାଲା ପକାଇ ଦେଇଛନ୍ତି।

ଏ ବାବଦରେ ଭାରପ୍ରାପ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ନରୋତ୍ତମ ପୁରୋହିତଙ୍କୁ ପଚାରିବାରୁ ସେ କହିଲେ, ଶିକ୍ଷୟିତ୍ରୀ ଜଣକ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଏକ ଅପରାଧିକ ମାମଲାରେ ସଂପୃକ୍ତି ଥିବା କିଶୋରନଗର ଥାନା ପକ୍ଷରୁ ରେଢ଼ଖୋଲ ବ୍ଲକ୍‌ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଏହାକୁ ନେଇ ବିଭାଗ ପକ୍ଷରୁ କୈଫତ ତଲବ କରାଯାଇ ଥିଲା। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ସ୍ଥାନରେ ସ୍କୁଲରେ ନୂତନ ନିଯୁକ୍ତି ଦିଆଯାଇଛି। ସ୍କୁଲରେ ବର୍ତମାନ ପାଠପଢା ସ୍ବାଭାବିକ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନରେ କୌଣସି ବାଧା ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe