ଜମିଜମା ବିବାଦକୁ କେନ୍ଦ୍ର କରି ଖଣ୍ତା ବୁଲିଲା

Advertisment
ଜମିଜମା ବିବାଦକୁ କେନ୍ଦ୍ର କରି ଖଣ୍ତା ବୁଲିଲା

ନୀଳଗିରି: ଜମିଜମାକୁ କେନ୍ଦ୍ର କରି ସାନଭାଇର ପରିବାର ଓ ଗ୍ରାମବାସୀଙ୍କୁ ତେଲେଙ୍ଗା କଟୁରୀରେ ଆକ୍ରମଣ କରିବା ଘଟଣା ବାପ-ପୁଅଙ୍କୁ ମହଙ୍ଗା ପଡ଼ିଛି। ଅଞ୍ଚଳବାସୀ ବାପ-ପୁଅକୁ କାବୁକରି ନିର୍ଧୂମ ଛେଚିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି।

କଲ୍ୟାଣୀ ଗ୍ରାମର କାଳିପ୍ରସାଦ ନାୟକ ବାଲେଶ୍ବରରେ ବସବାସ କରୁଥିବା ବେଳେ ତାଙ୍କ ପୁଅ ଜ୍ୟୋତିର୍ମୟଙ୍କ ସହ ଆସି ଗାଁରେ ପହଞ୍ଚିଥିଲେ। କାଳିପ୍ରସାଦ ଓ ତାଙ୍କ ସାନଭାଇ ଅମ୍ବିକା ପ୍ରସାଦଙ୍କ ମଧ୍ୟରେ ଜମିଜମାକୁ ଦେଇ ଦୀର୍ଘବର୍ଷ ଧରି ବାଦବିବାଦ ଲାଗି ରହିଥିଲା। କାଳିପ୍ରସାଦ ଏକ ଗାଡ଼ିରେ ଜ୍ୟୋତିର୍ମୟଙ୍କ ସହିତ ଗାଁରେ ପହଞ୍ଚି ସମସ୍ତ ସମ୍ପତ୍ତି ମୋର ବୋଲି ଦାବି କରିବା ସହ ବାଡ଼କୁ ହାଣି ପକାଇଥିଲେ। ଅମ୍ବିକା ପ୍ରସାଦ ଦିବ୍ୟାଙ୍ଗ ହୋଇଥିବାରୁ ଏହା ଦେଖି ଗ୍ରାମବାସୀମାନେ ଘଟଣାର ବିରୋଧ କରିଥିଲେ। ଗ୍ରାମବାସୀ ଅମ୍ବିକାପ୍ରସାଦଙ୍କ ପରିବାରକୁ ବଞ୍ଚାଇବାକୁ ଯାଇ ବାପ-ପୁଅଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ। ଜୀବନ ବିକଳରେ ସେମାନେ ମିତ୍ରପୁର ବଜାରକୁ ଯାଇ ସେଠାରେ ଆତଙ୍କ ଖେଳାଇଥିଲେ। ଏହି ସମୟରେ ଏକ ଟ୍ରକ ଯାଉଥିବା ବେଳେ ଟ୍ରକ ହେଲପର ଗାଡ଼ିରୁ ଓହ୍ଳାଇ ଟ୍ରକ ଆଗରୁ ଉଠିବାକୁ କହିବାରୁ ଜ୍ୟୋତିର୍ମୟ ତେଲେଙ୍ଗା କଟୁରୀରେ ତାଙ୍କୁ ହାଣି ପକାଇଥିଲେ। ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ଜ୍ୟୋତିର୍ମୟଙ୍କୁ ଥାନାରେ ଅଟକ ରଖିବା ସହିତ ଗୁରୁତର କାଳିପ୍ରସାଦ ଓ ଟ୍ରକ ହେଲପରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାକୁ ନେଇ ଅମ୍ବିକାପ୍ରସାଦଙ୍କ ପତ୍ନୀ ମାନସୀ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ କାଳିପ୍ରସାଦ ମଧ୍ୟ ନୀଳଗିରି ଥାନାରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe