‘ଦି ଟଲ୍‌ ମ୍ୟାନ୍‌’ ପୁସ୍ତକ ଉନ୍ମୋଚନ ଉତ୍ସବ ୨୭ରେ

ଅପରାଜେୟ ବିଜୁ

୧୯୧୬-୧୯୯୭

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ପ୍ରକାଶିତ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବ ସମ୍ପର୍କରେ ଆଜି ବିଧିବଦ୍ଧ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କମିଟି ପକ୍ଷରୁ ସର୍କିଟ୍‌ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଆସନ୍ତା ୨୭ ତାରିଖ ଅପରାହ୍ନ ୪ଟା ୩୦ରେ ଉତ୍କଳ ମଣ୍ଡପରେ ଉନ୍ମୋଚନ ସଭା ଅନୁଷ୍ଠିତ ହେବ। ଏଥିରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଓ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ ଯୋଗ ଦେବେ। ଲେଖକ ତଥା ଗବେଷକ ସୁନ୍ଦର ଗଣେଶନ୍‌ଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକରେ ବିଜୁ ବାବୁଙ୍କ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥାପନ କରାଯାଇଛି। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ ଚାଓ୍ଵଲା ପୁସ୍ତକଟିର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିବେ। ସାମ୍ବାଦିକ ସମ୍ମିଳନୀରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ବେଦ ପ୍ରକାଶ ଅଗ୍ରଓ୍ଵାଲ, ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ତଥାଗତ ଶତପଥୀ, ଅତନୁ ସବ୍ୟସାଚ୍ଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe