ଜଣ୍ଡିସରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, କିଛିମାସ ଭିତରେ ୫ ଶିକ୍ଷକଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ମହିଳା ମୃତ

Image Courtesy of Tribune India

କାଳିଆପାଣି : ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗାଁ ଉଚ୍ଚପ୍ରାଥମିକ ସ୍କୁଲ୍‌ର ସହକାରୀ ଶିକ୍ଷୟିତ୍ରୀ ଗୀତାଶ୍ରୀ ହାଇବ୍ରୁ(୩୦)ଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ସେ ଜଣ୍ଡିସ, ଗ୍ୟାଷ୍ଟ୍ରିକ୍‌ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ସ୍ବାମୀ ସି‌ଦ୍ଧେଶ୍ବର ଜାମୁଡ଼ା କହିଛନ୍ତି। ଗତ ଗୁରୁବାର ତାଙ୍କ ଶିଶୁପୁତ୍ର ଚନ୍ଦନ(୨୨ ମାସ)ର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଛୁଟିନେଇ ଦେଓଗାଁସ୍ଥିତ ଭଡ଼ାଘରୁ ସୁକିନ୍ଦା ପାଟପୁର ଗାଁକୁ ଯାଇଥି‌ଲେ। ଘରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଗତ ମଙ୍ଗଳବାର ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପୁଅଝିଅ ଓ ସ୍ବାମୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ଗତ କିଛିମାସ ମଧ୍ୟ‌ରେ ସୁକିନ୍ଦା ବ୍ଲକ୍‌ର ୫ ଜଣ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦେହାନ୍ତ ହୋଇଛି। ଗତମାସ ୨୦ ତାରିଖରେ ହରିଡ଼ାବାହାଳି ପ୍ରାଥମିକ ସ୍କୁଲ ଶିକ୍ଷକ ଭୀମ ମାରାଣ୍ଡି(୨୬), ଜୁନ୍‌ ମାସ ୨୦ ତାରିଖରେ ବାରାଗାଡ଼ିଆ ହାଇସ୍କୁଲର ଶିକ୍ଷକ ବିଶ୍ବଜିତ ଜେନା(୪୩), ମେ ମାସ ୨୪ ତାରିଖରେ ବାହାବଳପୁର କାନନଶ୍ବେର ନୋଡାଲ ପ୍ରାଥମିକ ସ୍କୁଲ ଶିକ୍ଷକ ଦିଲୀପ ନାୟକ(୫୫) ଓ ଏପ୍ରିଲ ମାସ ୭ ତାରିଖ ଗିରିଙ୍ଗାମାଳି ପ୍ରାଥମିକ ସ୍କୁଲ ଶିକ୍ଷକ ଯୁଗଳ ଦାସ(୫୨)ଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe