ଘଷା ଖାଇ ନିଘୋଡ଼ ନିଦରେ ସାର୍‌! ଶିକ୍ଷକ ନିଲମ୍ବିତ, ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

Advertisment
ଜାଲ୍ ସିଟି ପ୍ରମାଣପତ୍ରରେ ଚାକିରି: ଛତ୍ରପୁର ବ୍ଲକ୍‌ରୁ ବିଦା ହେଲେଣି ୬ ଶିକ୍ଷକ

ଅନୁଗୁଳ : କଅଁଳ ଶିଶୁଙ୍କ ହାତରୁ ଘଷାମୋଡ଼ା ଖାଇ ନିଘୋଡ଼ ନିଦରେ ଅର୍ଧନଗ୍ନ ଅବସ୍ଥାରେ ଥିବା ଅନୁଗୁଳ ବ୍ଲକ୍‌ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଣ୍ଟ୍ ଶିକ୍ଷକ ମହେଶ୍ବର ମିଶ୍ରଙ୍କୁ ବ୍ଲକ୍‌ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ନିଲମ୍ବିତ କରିଛନ୍ତି। ଏହା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍କୁଲ୍ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଜଣେ ସହକାରୀ ଶିକ୍ଷକ ଗଦାଧର ନାଏକଙ୍କର ଦରମା ମଧ୍ୟ ବନ୍ଦ କରାଯାଇଛି। ସେମାନଙ୍କୁ ବି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି।

ଅନୁଗୁଳ ବ୍ଲକ୍‌ ଶିକ୍ଷା ଅଧିକାରୀ ଗତକାଲି ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ଶ୍ରୀ ମିଶ୍ରଙ୍କର ଅବସ୍ଥା ଦେଖି ହତ୍‌ବାକ୍ ହୋଇଯାଇଥିଲେ। ଶ୍ରୀ ମିଶ୍ରଙ୍କ ଚୌକି ଉପରେ ମୁହଁରେ ଗାମୁଛା ପକାଇ ଶୋଇଛନ୍ତି। ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀର ୫/୭ଜଣ ଶିଶୁ ସାର୍‌ଙ୍କୁ ଘଷାମୋଡ଼ା କରୁଛନ୍ତି। ନିଜର ପ୍ୟାଣ୍ଟ୍‌କୁ ଜଙ୍ଘ ଯାଏ ଟେକି ଦେଇ ଶୋଇଛନ୍ତି। ବିଦ୍ୟାଳୟର ମୋଟ୍ ଚାରି ଜଣ ଶିକ୍ଷକଙ୍କ ମଧ୍ୟରୁ ଖୋଦ୍‌ ପ୍ରଧାନ ଶିକ୍ଷକ ଗାଡ଼ି ଧରି ଗାଁରେ ବୁଲୁଥିବା ବେଳେ ଅନ୍ୟତମ ସହକାରୀ ଶିକ୍ଷକ ଶ୍ରୀ ନାଏକ ଅମୃତଭଣ୍ଡା ଗଛମୂଳେ ବୁଲୁଥିଲେ। କେବଳ ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀ ହିଁ ପାଠପଢ଼ା କାମରେ ଲାଗିଥିଲେ। ଏହି ଘଟଣାରେ ନିଦରେ ଶୋଇଥିବା ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଶିକ୍ଷକଙ୍କର ଦରମା ବନ୍ଦ କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶ୍ରୀ ମିଶ୍ରଙ୍କର ଚାକିରି ଆଉ ମାତ୍ର ମାସେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe