ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା: ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ରାତିରେ ୨୨ କିମି ଚାଲିଲେ ୧୧୬ ଛାତ୍ର

Advertisment

ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା। ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କଲେ ବି ସୁଫଳ ମିଳିଲାନି। ତେଣୁ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ରାତିର ଅନ୍ଧକାରକୁ ଭୟ କଲେନି। ୧୧୬ଜଣ ଛାତ୍ର ୨୨ କିମି ବାଟ ଚାଲିଚାଲି ଆସି ପହଞ୍ଚିଥିଲେ ବାରିପଦାରେ।

ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା। ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କଲେ ବି ସୁଫଳ ମିଳିଲାନି। ତେଣୁ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ରାତିର ଅନ୍ଧକାରକୁ ଭୟ କଲେନି। ୧୧୬ଜଣ ଛାତ୍ର ୨୨ କିମି ବାଟ ଚାଲିଚାଲି ଆସି ପହଞ୍ଚିଥିଲେ ବାରିପଦାରେ।

gddgdgvc

ବାରିପଦା/ଖୁଣ୍ଟା: ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା। ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କଲେ ବି ସୁଫଳ ମିଳିଲାନି। ତେଣୁ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ରାତିର ଅନ୍ଧକାରକୁ ଭୟ କଲେନି। ୧୧୬ଜଣ ଛାତ୍ର ୨୨ କିମି ବାଟ ଚାଲିଚାଲି ଆସି ପହଞ୍ଚିଥିଲେ ବାରିପଦାରେ। ଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ବାସିପିଠା ସରକାରୀ ଆଶ୍ରମ ହାଇସ୍କୁଲ୍‌ ହଷ୍ଟେଲ୍‌ରେ ରହୁଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଛି। ଏନେଇ ମୁହଁ ଖୋଲିଲେ ଶିକ୍ଷକମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ ସହ ପିଟାମରା କରୁଛନ୍ତି ଶିକ୍ଷକ। ଘଟଣା ବାବଦରେ ପ୍ରଧାନଶିକ୍ଷକ ଦୀପ୍ତିକାନ୍ତ ଜେନାଙ୍କୁ କହିଲେ ସେ କିଛି ନଶୁଣି ଓଲଟା ଗାଳିଗୁଲଜ କରୁଛନ୍ତି। ଶନିବ‌ାର ଡ୍ରିଲ୍‌ କ୍ଲାସ୍‌ ଆଳରେ ପିଇଟି ଶିକ୍ଷକ ସେମାନଙ୍କୁ ଏମିତି ଶାରୀରିକ ନିର୍ଯାତନା ଦେଇଛନ୍ତି ‌ଯେ କିଛି ପିଲା ଶୌଚ ଯିବା ବେଳେ ଭୀଷଣ କଷ୍ଟ ଅନୁଭବ କରୁଛନ୍ତି।

ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ନିର୍ଯାତନା ଅସହ୍ୟ ହେବାରୁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ସ୍ଥିର କରିଥିଲେ ହଷ୍ଟେଲ୍‌ ଅନ୍ତେବାସୀ। ସୋମବାର ରାତି ପ୍ରାୟ ୧୨ଟାରେ ୧୧୬ ଜଣ ଛାତ୍ର ହଷ୍ଟେଲ୍‌ରୁ ବାହାରି ବାରିପଦା ଅଭିମୁଖେ ଚାଲିଚାଲି ଆସି ମଙ୍ଗଳବାର ସକାଳେ ପହଞ୍ଚିଥିଲେ। ଖବର ପାଇ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ ଓ ପିଏଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା ପ୍ରମୁଖ ବାରିପଦା ଛଉ ପଡ଼ିଆ ନିକଟରେ ପିଲାମାନଙ୍କୁ ଅଟକାଇ ବୁଝାସୁଝା କରିଥିଲେ। ହେଲେ ସମସ୍ୟାର ସମାଧାନ ନହେଲେ ହଷ୍ଟେଲ୍‌ ଫେରିବେନି ବୋଲି ସେମାନେ ଜିଦ୍‌ରେ ଅଟଳ ରହିଥି‌ଲେ। ତେବେ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ସବୁ ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ଭିଡିଓ କଲ୍‌ ମାଧ୍ୟମ‌ରେ ଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ପିଲାମାନେ ଶାନ୍ତ ପଡ଼ିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ବସ୍‌ ଯୋଗେ ଛାତ୍ରମାନଙ୍କୁ ନେଇ ସ୍କୁଲ୍‌ରେ ଛଡ଼ାଯାଇଥିଲା। ଏନେଇ ଏଡିଏମ୍‌ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି; କିପରି ଓ କେଉଁ ପରିସ୍ଥିତିରେ ପିଲାମାନେ ସ୍କୁଲ୍‌ ପରିସରରୁ ଏତେବାଟ ଆସିଲେ, ଦାୟିତ୍ବରେ ରହିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ କେମିତି କିଛି ଜାଣିପାରିଲେନି, ଅନ୍ଧାର ରାତିରେ ସେମାନଙ୍କୁ ଆସିବାକୁ କିଏ ପ୍ରରୋଚିତ କରିଥିଲା; ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷକ, ଦାୟିତ୍ବରେ ଥିବା ୱାର୍ଡେନ୍‌, ପିଇଟି ଶିକ୍ଷକ ଓ ରୋଷେଇ ଦାୟିତ୍ବରେ ଥିବା କର୍ମଚ‌ାରୀଙ୍କୁ ପଚରାଉଚୁରା କରାଯାଉଛି। ତଦନ୍ତ ରିପୋର୍ଟ ଅନୁଯାୟୀ ଯାହା କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe