Advertisment

ବୁଲବୁଲ୍ କ୍ଷୟକ୍ଷତି ଆକଳନ ଲାଗି ଭୁବନେଶ୍ୱରରେ ପହଞ୍ଚିଲେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌

Advertisment
ବିପର୍ଯ୍ୟୟ ମୁକାବିଲା ପାଇଁ ୬ ରାଜ୍ୟର ମାନସ ମନ୍ଥନ, ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସ ଉପରେ ହେବ ଆଲୋଚନା

m.economictimes.com

ନୂଆଦିଲ୍ଲୀ: ସୋହଲୀ ଘୋଷ ରୟଙ୍କ ନେତୃତ୍ୱରେ ନୂଆଦିଲ୍ଲୀରୁ ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି  ୭ଜଣିଆ କେନ୍ଦ୍ରୀୟ ଟିମ୍‌ରସଦସ୍ୟ ଭୁବନେଶ୍ୱରରେ ପହଞ୍ଚିବା ପରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ଭଦ୍ରକ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କରିବେ। ଭଦ୍ରକରେ ବାତ୍ୟା ବୁଲବୁଲରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ଦେଖିବେ।

ଏହି ଟିମ୍‌ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାଗସ୍ତ କରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଭୁବନେଶ୍ୱର ଫେରି ଆସିବେ। ଏହାପରେ ଶୁକ୍ରବାର ସନ୍ଧ୍ୟା ୫.୩୦ରେ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ ବୈଠକ କରିବ । ବୈଠକରେ ଏନ୍‌ଡିଆରଏଫ୍‌ରୁ କେତେ ସହାୟତା ମିଳିବ ତାହା ଏହି ଟିମ୍‌ ସ୍ଥିର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe