୪୦ଂ ତଳକୁ ଖସିଲା ପାରଦ

Advertisment

ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସହରରେ ଦିନର ତାପମାତ୍ରା ହ୍ରାସ ପାଇଛି। ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଥିବା ବେଳେ ପାରଳାଖେମୁଣ୍ଡିଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଛି।

temp

ଭୁବନେଶ୍ବର: ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସହରରେ ଦିନର ତାପମାତ୍ରା ହ୍ରାସ ପାଇଛି। ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଥିବା ବେଳେ ପାରଳାଖେମୁଣ୍ଡିଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଛି। ଶନିବାର ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ରବିବାରଠାରୁ ତାପମାତ୍ରା ପୁଣି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ନୂଆପଡ଼ାରେ ସର୍ବାଧିକ ୧୪.୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୧.୪, କେନ୍ଦୁଝରରେ ୯.୮, ଭବାନୀପାଟଣାରେ ୮.୬, ମାଲକାନଗିରିରେ ୮.୨, ବଲାଙ୍ଗୀରରେ ୬.୪, ରାୟଗଡ଼ା ଓ ସମ୍ବଲପୁରରେ ୩.୪, ହୀରାକୁଦ ଓ ନବରଙ୍ଗପୁରରେ ୩.୨, ବରଗଡ଼ରେ ୨.୮, ରାଉରକେଲାରେ ୧.୫, କୋରାପୁଟ ଓ ଝାରସୁଗୁଡ଼ାରେ ୦.୪ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe