୫ ଦିନ ଯାଏ ବଢ଼ିବନି ତାତି: ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା

Advertisment
ସପ୍ତାହକରେ ଅଧା ଭାରତରେ ପହଞ୍ଚିଲା ମୌସୁମୀ

MetWeather

ଭୁବନେଶ୍ବର: କମୁଛି ରାଜଧାନୀର ତାପମାତ୍ରା। ୩ ଦିନ ତଳେ ୪୦ ଡିଗ୍ରି ଅତିକ୍ରମ କରିଥିବା ରାଜଧାନୀର ତାପମାତ୍ରା ଆଜି ୩୮ ଡିଗ୍ରିକୁ ଖସିଛି। ରାଜଧାନୀକୁ କ୍ରମାଗତ ଭାବେ ଏବେ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ପ୍ରବାହିତ ହେଉଥିବାରୁ ଏହାର ତାପମାତ୍ରା କମିଛି ଓ ଆଗକୁ ବି ତାପମାତ୍ରା କିଛି ଦିନ ପର୍ଯ୍ୟନ୍ତ ବିଶେଷ ବଢ଼ିବ ନାହିଁ ବୋଲି ଜଣାପଡ଼ିଛି।

ଅନ୍ୟପଟେ ୩୯.୮ ଡିଗ୍ରି ସହ ବାରିପଦା ଆଜି ରାଜ୍ୟର ସବୁଠୁ ତତଲା ସହରରେ ପରିଣତ ହୋଇଛି। ରାଜ୍ୟର ୯ଟି ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିଛି। ଏହି ସହରଗୁଡ଼ିକ ହେଲା, କଟକ, ଭୁବନେଶ୍ବର, ଅନୁଗୁଳ, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼। ଆଗକୁ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ କି ତାତି ବିଶେଷ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟର ଅନେକ ସ୍ଥାନରେ ଏବେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। କିଛି କିଛି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବି ଅଧିକ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଏହି ତାପମାତ୍ରା ବଜାୟ ରହିବ। ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା‌ ହେବାର ସମ୍ଭାବନା ରହିଛି। ଏଥିସହ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣ କୁହୁଡ଼ି ପଡ଼ିବ। ଆସନ୍ତାକାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ଭିତରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe