ଆଜିଠୁ କାଁଭାଁ ବର୍ଷା, ବଢ଼ିବ ଖରା

Advertisment
ଆଜିଠୁ କାଁଭାଁ ବର୍ଷା, ବଢ଼ିବ ଖରା

ଭୁବନେଶ୍ବର : ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ‌ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଯାଇଛି। କଟକ, ଖୋର୍ଧା ଓ ବଲାଙ୍ଗୀର ଆଦି ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ସୋମବାର ଦିନ ରେକର୍ଡ କରିଛି। ସୋମବାର ଭୋର୍‌ରୁ ରାଜ୍ୟର ବିଭିନ୍ନ ସ୍ଥାନ ଯଥା, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, କଟକ ଓ ଖୋର୍ଧା ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଗତକାଲି ରାଜ୍ୟର ସର୍ବାଧିକ ବର୍ଷା କପ୍ତିପଦାଠାରେ ୫୮ ମିମି, ବୌଦ୍ଧ ୪୦.୪ ମିମି, ତରଭାରେ ୩୯ ମିମି, ଲାଇକେରାରେ ୩୧.୧ ମିମି ଓ ଯଶିପୁରରେ ୨୮.୪ ମିମି ଲେଖାଏ ହୋଇଯାଇଛି। ଗତ ୬ ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିଥିଲା। ଆଜି (ମଙ୍ଗଳବାର) ଠାରୁ ରାଜ୍ୟରେ ବର୍ଷା କମିବ। ପାଗ ଶୁଖିଲା ରହିବା ସହ ଖରା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ଏହାପରେ ରାଜ୍ୟରେ ଖରା ବଢ଼ିବା ସହ ଗରମ ବଢ଼ିବ। ୨୪ ଘଣ୍ଟା ପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଦିନ ତାପମାତ୍ରା ୩୨ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ରହିବ। ଆକାଶ ଆଂଶିକ ମେଘୁଆ ରହିବ ଓ ଅପରାହ୍ନ ଆଡ଼କୁ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe