ତତ୍କାଳୀନ ୨ ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍‌

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଜୟପୁର : ୨୬ବର୍ଷ ତଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିକଟସ୍ଥ ଉପର ଇନ୍ଦ୍ରାବତୀ ବାମ କେନାଲ ଖନନ କାମରେ ସରକାରୀ ଅର୍ଥ ତୋସରପାତ ମାମଲାର ରାୟ ପ୍ରକାଶ ପାଇଛି। ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍ ରାଜେଶ ଏକ୍କା। ତତ୍କାଳୀନ ଦୁଇ ଜଣ ମୁଖ୍ୟଯନ୍ତ୍ରୀ ଅମ୍ବିକା ପ୍ରସାଦ ତ୍ରିପାଠୀ ଓ ପ୍ରଶାନ୍ତ କୁମାର ଘୋଷାଲ ଏବଂ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସଦାନନ୍ଦ ମିଶ୍ରଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ସାରିଥିବାରୁ ମାମଲାରୁ ବା‌ଦ୍ ଦେଇ ଅବଶିଷ୍ଟ ୫ଜଣଙ୍କୁ କୋର୍ଟ ନି‌‌ର୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ୧୯୯୬ ମସିହାରେ ଜୁନାଗଡ଼ ନିକଟସ୍ଥ ଉପର ଇନ୍ଦ୍ରାବତୀ ବାମ କେନାଲ ଖନନ କାମ ଚାଲିଥିଲା। ଏହି କେନାଲ କାମରେ ଅଧିକ ୧ କୋଟି ୬୬ଲକ୍ଷ ୪୧୭୯୮ ଟଙ୍କା ଖର୍ଚ୍ଚ ହୋଇଥିବା କେସ୍ ବୁକ୍‌ରେ ଦର୍ଶାଇ ଜାଲିଆତି କରାଯାଇଥିଲା। ଏ ନେଇ ନେଇ ୨୦୦୧ ସେପ୍ଟେମ୍ବର ୨୫ ତାରିଖରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍‌ସ ପକ୍ଷରୁ ତଦନ୍ତ କରାଯାଇ ୯ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଆଜି ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ତିନି ଦୋଷୀଙ୍କ ମଧ୍ୟରୁ ସଦାନନ୍ଦ ମିଶ୍ର ଆଜି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍‌ କୋର୍ଟରୁ ଜାମିନ୍‌ରେ ଯାଇଥିଲେ। ଅନ୍ୟ ଦୁଇ ଜଣ ମାମଲାର ଶୁଣାଣି ସମୟରେ ଅନୁପସ୍ଥିତ ଥିଲେ। ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍ ଉଭୟ ଅଭିଯୁକ୍ତଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe