ବାଘୁଣୀ ସୁନ୍ଦରୀ ନରଖାଦକ ନୁହେଁ, ଅଚେତ କରି ଏନ୍‌କ୍ଲୋଜରକୁ ଅଣାଯିବ: ପିସିସିଏଫ୍‌

Advertisment
ବାଘୁଣୀ ସୁନ୍ଦରୀ ନରଖାଦକ ନୁହେଁ, ଅଚେତ କରି ଏନ୍‌କ୍ଲୋଜରକୁ ଅଣାଯିବ: ପିସିସିଏଫ୍‌

ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀକୁ ଅଚେତ କରି ଏନ୍‌କ୍ଲୋଜରକୁ ଅଣାଯିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପିସିସିଏଫ୍‌ ଡ଼.ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ବାଘୁଣୀ ଉପରେ ନିଶ୍ଚେତକ ପ୍ରୟୋଗ କରି ତାକୁ ଅଚେତ କରି ଏନ୍‌କ୍ଲୋଜରକୁ ଅଣାଯିବା ଲାଗି ଏକ ବିଶେଷଜ୍ଞ ଦଳ ଅନୁଗୁଳ ପହଞ୍ଚି ସାରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ହେତୁ ଘଟଣାସ୍ଥଳକୁ ଯାଇ ପାରିନାହିଁ।

ଏଥିସହ ଡ଼.ତ୍ରିପାଠୀ ସୂଚନା ଦେଇଛନ୍ତି ଯେ ବାଘୁଣୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ ଆସିଥିବା ଦୁଇ ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରମାଣିତ ହେବ କି ବାଘ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇଛି କି ନାହିଁ। ଏହି କାରଣରୁ ବାଘୁଣୀ ସୁନ୍ଦରୀକୁ ନରଖାଦକ ବୋଲି ଘୋଷଣା କରାଯାଇପାରିବ ନାହିଁ। ସେ ଯୁକ୍ତି ବାଢିଛନ୍ତି କି ବାଘ ଆକ୍ରମଣ କଲେ ମଣିଷ ବେକର ହାଡ଼ ଭାଙ୍ଗି ଯାଇଥାଏ। ମାତ୍ର ମୃତକଙ୍କ ଠାରେ ସେପରି ଦେଖାଯାଇ ନାହିଁ। ଏହି କାରଣରୁ ନରଖାଦକ ଘୋଷଣା କରି ହେବ ନାହିଁ। ଉଲ୍ଲେଖଯୋଗ୍ୟ କି, ଥରେ ନରଖାଦକ ଘୋଷଣା ହେଲେ ଦେଖିବାମାତ୍ରେ ଗୁଳି ଆଦେଶ ଦିଆଯାଇଥାଏ।

ସୋମବାର ସାମ୍ବାଦିକ ସମ୍ମିଳନୀରେ ପିସିସିଏପ୍‌ ଡ଼.ସନ୍ଦୀପ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣା ଘଟିଥିବା ଗାଁରେ ପୂର୍ବରୁ ବନ କର୍ମଚାରୀ ସତର୍କ ରହିବା ଲାଗି ସୂଚନା ଦେଇଥିଲେ। ବାରଣ ସତ୍ତ୍ୱେ ମାଛ ମାରିବାକୁ ଯିବାରୁ ଅଘଟଣ ଘଟିଲା ବୋଲି ପିସିସିଏଫ୍‌ କହିଛନ୍ତି। ଏଥିସହ ବନ ବିଭାଗର ୪ କର୍ମଚାରୀ ମଧ୍ୟ ନିଖୋଜ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe