କରୋନା: ସଂକ୍ରମଣରୁ ଆଜି ସୁସ୍ଥ ହେଲେ ୬୪୩ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୪,୩୯୩

Advertisment

ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଜଣ ସୁସ୍ଥ ହେଲେ

ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଜଣ ସୁସ୍ଥ ହେଲେ

କରୋନା: ସଂକ୍ରମଣରୁ ଆଜି ସୁସ୍ଥ ହେଲେ ୬୪୩ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୪,୩୯୩

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଜି ଭଲ ଖବର ଆସିଛି। ଆଜି ରାଜ୍ୟର ୨୦ଟି ଜିଲ୍ଲାରୁ ୬୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୪୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ ଜଣ, ମୟୂରଭଂଜ ଜିଲ୍ଲାରୁ ୨୮ ଜଣ, କଟକ ଜିଲ୍ଲାରୁ ୨୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ, ଓ କନ୍ଧମାଳ ଓ ବରଗଡ଼ ଜିଲ୍ଲାରୁ ୧୪ ଜଣ ଲେଖାଏଁ, ଡେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୧୧-୧୧ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ଗଜପତି ଜିଲ୍ଲାରୁ ୬ ଜଣ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୧ ହଜାର ୯୩୧ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୨୧ ହଜାର ୦୯୯ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୧୪ହଜାର ୩୯୩ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍‌ପିଟାଲରେ ୬ ହଜାର ୫୪୧ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ମହାମାରୀ କରୋନା ଭାଇରସ ରାଜ୍ୟରେ ନିଜର କାୟା ବିସ୍ତାର କରି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe