କରୋନା ଯୋଦ୍ଧାଙ୍କୁ ଆଉ ଏକ ସଫଳତା: ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ଆରୋଗ୍ୟ ହେଲେ ୪୧୦୮ ଆକ୍ରାନ୍ତ

Advertisment
କରୋନା ଯୋଦ୍ଧାଙ୍କୁ ଆଉ ଏକ ସଫଳତା: ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ଆରୋଗ୍ୟ ହେଲେ ୪୧୦୮ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କର ଲଗାତାର ଉଦ୍ୟମ ଯୋଗୁଁ ଆଜି ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ଆଜି ମୋଟ୍‌ ୪ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୯୨ ଜଣ, ଯାଜପୁର ଜିଲ୍ଲାରୁ ୨୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୮୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୪ ଜଣ, ଜଗତ୍‌ସିଂହପୁରରୁ ୧୪୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୩୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୮ ଜଣ, ନୂଆପଡ଼ା ଜିଲ୍ଲାରୁ ୧୧୮ ଜଣ, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାରୁ ୧୧୭ ଜଣ ଲେଖାଏଁ, ବାଲେଶ୍ୱର, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୬ ଜଣ ଲେଖାଏଁ, ବରଗଡ଼ ଜିଲ୍ଲାରୁ ୧୧୪ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନବରଂଗପୁର ଜିଲ୍ଲାରୁ ୮୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୫ ଜଣ, କୋରାପୁଟ, ସୁବର୍ଣ୍ଣପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୭୧ ଜଣ, ଗଂଜାମ ଜିଲ୍ଲାରୁ ୬୭ ଜଣ, ରାୟଗଡ଼ା ଜିଲ୍ଲାରୁ ୬୪ ଜଣ, ପୁରୀ ଜିଲ୍ଲାରୁ ୫୫ ଜଣ, ନୟାଗଡ଼ ଜିଲ୍ଲାରୁ ୫୦ ଜଣ, ବୌଦ୍ଧ ଜିଲ୍ଲାରୁ ୪୪ ଜଣ, ଗଜପତି ଜିଲ୍ଲାରୁ ୪୦ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ, ଭଦ୍ରକ ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୮ ଜଣ ଓ ରାଜ୍ୟପୁଲରୁ ୨୮୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe