ସୁସ୍ଥ ହେଲେ ୧୧୫୦ ଜଣ, ସୁସ୍ଥଙ୍କ ସଂଖ୍ୟା ୨୬ହଜାର ୮୮୭କୁ ବୃଦ୍ଧି

ସୁସ୍ଥ ହେଲେ ୧୧୫୦ ଜଣ, ସୁସ୍ଥଙ୍କ ସଂଖ୍ୟା ୨୬ହଜାର ୮୮୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୬ ହଜାର ୮୮୭ରେ ପହଞ୍ଚିଛ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ୨୯୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୭ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ, ଯାଜପୁର ଜିଲ୍ଲାରୁ ୪୭ ଜଣ, କୋରାପୁଟ ଜିଲ୍ଲାରୁ ୪୫ ଜଣ, କଟକ ଜିଲ୍ଲାରୁ ୪୪ ଜଣ, ପୁରୀ ଜିଲ୍ଲାରୁ ୪୦ ଜଣ, ନୟାଗଡ଼ ଜିଲ୍ଲାରୁ ୩୫ ଜଣ, କେନ୍ଦୁଝର ଜିଲ୍ଲାରୁ ୩୩ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, ମୟୂରଭଂଜ ଜିଲ୍ଲାରୁ ୨୪ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୧୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୪ ଜଣ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ନୂଆପଡ଼ା ଜିଲ୍ଲାରୁ ୮ ଜଣ, ବରଗଡ଼ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଅନୁଗୁଳ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି ଓ ଜଗତସିଂହପୁର ଜିଲ୍ଲାରୁ ୪-୪ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୬ ଲକ୍ଷ ୫୯୧ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୪୦ ହଜାର ୭୧୭ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୬ ହଜାର ୮୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୩୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୫୪୯ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe