ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସୁସ୍ଥ ହେଲେ ୬୫୨୭ଜଣ କରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସୁସ୍ଥ ହେଲେ ୬୫୨୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଗତ ୨୪ଘଣ୍ଟା ମଧ୍ୟରେ ୬୫୨୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୯୭୫୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

ଖୋର୍ଧାରୁ ୯୬୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୮୨ଜଣ, କଳାହାଣ୍ଡିରୁ ୬୮୦ଜଣ, ଝାରସୁଗୁଡ଼ାରୁ ୪୪୯ଜଣ, ପୁରୀରୁ ୩୯୪ଜଣ, କଟକରୁ ୩୮୦ଜଣ, ନୂଆପଡ଼ାରୁ ୩୪୨ଜଣ, ବରଗଡ଼ରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୨୩୧, କେନ୍ଦୁଝରରୁ ୧୯୪, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୁରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡ଼ରୁ ୮୮, ଭଦ୍ରକରୁ ୮୫, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଜଗତସିଂହପୁରରୁ ୭୧, ଅନୁଗୁଳରୁ ୪୯, ଦେବଗଡ଼ରୁ ୪୭, କେନ୍ଦ୍ରାପଡ଼ାରୁ ୪୭, କୋରାପୁଟରୁ ୪୨, କନ୍ଧମାଳରୁ ୩୫ ସମେତ ବୌଦ୍ଧରୁ ୨୯, ମାଲକାନଗିରିରୁ ୨୨, ଢ଼େଙ୍କାନାଳରୁ ୧୬, ସୁବର୍ଣ୍ଣପୁରରୁ ୧୦ ଓ ଷ୍ଟେଟପୁଲରୁ ୧୯୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe