ବିଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ଜହର ପିଉଛନ୍ତି ସହରବାସୀ

ବିଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ଜହର ପିଉଛନ୍ତି ସହରବାସୀ

ଦଶପଲ୍ଲା: ଦଶପଲ୍ଲା ଏନ୍ଏସି ଗଠନ ହେବା ପରଠାରୁ ଦୀର୍ଘ ପ୍ରାୟ ୬ ବର୍ଷ ଧରି ସହରରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ପାନୀୟ ଜଳ ପାଇଁ ଆଉଟୁପାଉଟୁ ହେଉଛନ୍ତି ସହରବାସୀ। କେଉଁ ୱାର୍ଡକୁ ପାଣି ଆସୁଛି ତ ପୁଣି କେଉଁଠିକୁ ନାହିଁ। ଯାହା ଫଳରେ ୧୬ ଗୋଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ପାନୀୟଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ଏଭଳି ସ୍ଥିତିରେ ସହର ମଧ୍ୟରେ ସହରବାସୀ ବିଶୁଦ୍ଧ ପାନୀୟଜଳ ପାଉଥିବା ନେଇ ବଡବଡ ହୋର୍ଡିଂ ମାରି ପ୍ରଶାସନ ଖୁସି ମନାଉଥିବା ବେଳେ କିଛି ଦିନ ହେଲା ପାଣି ବଦଳରେ ସହରବାସୀଙ୍କୁ ଜହର ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି। କୁଆଁରିଆ ଜଳଭଣ୍ତାରରୁ ଯୋଗାଣ ହେଉଥିବା ଏହି ପାନୀୟ ଜଳକୁ ଫିଲଟର୍ କରାଯାଇ ଯୋଗାଣ ହେବାର ନିୟମ ରହିଛି। ହେଲେ ପାଇପ୍‌ରେ ଆସୁଥିବା ପାଣି ସମ୍ପୂର୍ଣ୍ଣ ଗୋଳିଆ ହୋଇଥିବା ହେତୁ ଏହା ବ୍ୟବହାର ଅନୁପଯୋଗ ହୋଇ ପଡ଼ିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରେସର୍ ଫିଲଟର୍ ମାଧ୍ୟମରେ ବିଶୁଦ୍ଧ କରାଯାଇ ପାଣି ଯୋଗାଇ ଦିଆଯାଉଛି। ମାତ୍ର ଏଥିରେ କ’ଣ ସମସ୍ୟା ରହିଛି ଦେଖିବାକୁ ପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe