timesofindia.indiatimes.com
ଭୁବନେଶ୍ବର: ଆଜିଠାରୁ ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ଜଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହେବ। ଏହାପରେ ପ୍ରତି ଘଣ୍ଟାଏ ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ। ଏଥିରେ ମାତ୍ର ୭୨ ଜଣଙ୍କୁ ଯିବା ଲାଗି ସୁଯୋଗ ମିଳିବ।
wikipediaନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଟ୍ରେନ୍ ଚାଲିବାର ଅଧଘଣ୍ଟା ଆଗରୁ ଟିକେଟ୍ ମିଳିବ। ଏହାକୁ ନେଇ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।
Follow Us