ଟିପିଏସ୍‌ଓଡ଼ିଏଲ୍ କର୍ମଚାରୀ ୬ ଦିନ ହେଲା ନିଖୋଜ

Advertisment

ଜଙ୍ଗଲରୁ ମିଳିଲା ବାଇକ୍, ପରିବାରବର୍ଗ ଆଶାଆଶଙ୍କାରେ

ଜଙ୍ଗଲରୁ ମିଳିଲା ବାଇକ୍, ପରିବାରବର୍ଗ ଆଶାଆଶଙ୍କାରେ

ଟିପିଏସ୍‌ଓଡ଼ିଏଲ୍ କର୍ମଚାରୀ ୬ ଦିନ ହେଲା ନିଖୋଜ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅଧୀନ କୋମଣ୍ଡ ଗ୍ରାମରେ ରହୁଥିବା ଟିପିଏସ୍ଓଡ଼ିଏଲ୍ କର୍ମଚାରୀ ମିଟୁ ବେହେରା (୩୦) ଗତମାସ ୩୦ ତାରିଖରୁ ନି‌ଖୋଜ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଶନିବାର ବିଳମ୍ବିତ ରାତିରେ ରମ୍ଭା ଥାନା ବାଣିଆ ନିକଟସ୍ଥ ଏକ ଜଙ୍ଗଲରୁ ତାଙ୍କ ବାଇକ୍ ମିଳିବା ଏହି ଘଟଣାକୁ ଅଧିକ ରହସ୍ୟ ଘେରକୁ ଠେଲିଦେଇଛି। ତେବ‌େ ଏଯାବତ୍ ମିଟୁଙ୍କ ସନ୍ଧାନ ମିଳି ନଥିବାରୁ ପରିବାର ଲୋ‌କେ ଆଶାଆଶଙ୍କାରେ ରହିଛନ୍ତି।

ମିଳିଥିବା ସୂଚନାନୁସାରେ, ମିଟୁ ରମ୍ଭା ସ୍ଥିତ ଟିପିଏସ୍ଓଡ଼ିଏଲ୍ ଅଫିସ୍‌ରେ ହେଲପର୍ ଭାବେ କାର୍ଯ୍ୟ କରୁଛନ୍ତି। ଗତମାସ ୨୯ ତାରିଖରେ ସାବିତ୍ରୀ ଅମାବାସ୍ୟା ଥିବାରୁ ସେ ନିଜ ଗାଁ କୋମଣ୍ଡ ଆସିଥିଲେ। ଆଉ ୩୦ ତାରିଖରେ କର୍ମସ୍ଥଳୀ ରମ୍ଭା ଯାଉଛନ୍ତି ବୋଲି କହି ଘରୁ ବାଇକ୍‌ରେ ବାହାରିଥିଲେ। କିନ୍ତୁ ତିନିଦିନ ଧରି ଘର ଲୋକଙ୍କ  ଆଉ ଯୋଗାଯୋଗ କରି ନ ଥିଲେ। ତାଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ହୋଇଯାଇଥିଲେ। ଏହାପରେ ପରିବାରବର୍ଗ କାର୍ଯ୍ୟାଳୟର ସୁପରଭାଇଜର୍‌ଙ୍କ ସହ ଯୋଗା‌‌ଯୋଗ କରିଥିଲେ ହେଁ, ମିଟୁ ରମ୍ଭା ଆସି ନଥିବା ସେ କହିଛନ୍ତି।

ଏନେଇ ପରିବାରବର୍ଗ ରମ୍ଭା ଥାନାରେ ଦ୍ବାରସ୍ଥ ହେବା ପରେ କେସ୍ ନମ୍ବର ୨୦ ଅନୁସାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ପି. ସ୍ୱରୂପ କିଷାନଙ୍କ ନେତୃତ୍ବରେ ତନାଘନା ଜାରି ରହିଥିବା ବେଳେ ହଠାତ୍ ବାଣିଆ ଗ୍ରାମ ନିକଟ ଜଙ୍ଗଲରୁ ତାଙ୍କର ବାଇକ୍ ମିଳିଛି। ତେବ‌େ ମିଟୁ କୁଆଡ଼େ ଗଲେ ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ନିକଟ ଇଲାକା ଓ ଜଙ୍ଗଲ ଭିତରେ ପୁଲିସ ଛାନଭିନ୍ ଆରମ୍ଭ କରିଛି। ଏଥିପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ବି ସହାୟତା ନିଆଯାଇଛି। ତେବ‌େ ମିଟୁଙ୍କ ଖୋଜ୍‌ଖବର ମିଳୁ ନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe