ମାଟି ଅତଡ଼ା ଖସି ଟ୍ରାକ୍ଟର ଚାଳକ ମୃତ

ସର୍ପାଘାତରେ ନାବାଳିକା ମୃତ

ବ୍ରଜରାଜନଗର: ବେଲପାହାଡ଼ ଥାନା କାଟୁଜୋର ନିକଟରେ ମାଟି ଅତଡ଼ା ଖସି ଟ୍ରାକ୍ଟର ଚାଳକ ମାଧବ ରକସା (୪୦)ଙ୍କ ମୃତ୍ୟୁ ଘଟଛି। ଶନିବାର ଅପରାହ୍‌ଣରେ ଏହି ଘଟଣା ଘଟିଥିଲା ବେଳେ ବିଳମ୍ବିତ ରାତ୍ରିରେ ଏନେଇ ମାମଲା ଥାନାରେ ରୁଜୁ ହୋଇଥିଲା। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ  ପଠାଇ ଅନୁସନ୍ଧାନ କରୁଛି।

ସୂଚନା ଅନୁସାରେ, କଟୁଜୋରରେ ରହୁଥିବା ମାଧବ ମାଟି ବୋଝେଇ ପାଇଁ ଟ୍ରାକ୍ଟର ନେଇ ନାଳ ନିକଟକୁ ଯାଇଥିଲେ। ସେଠାରେ ଶ୍ରମିକମାନେ ମାଟି ବୋଝେଇ କରୁଥିବା ସମୟରେ ସେ ମାଟି ଗଦା ଉପରକୁ ଚଢ଼ି ଯାଇଥିଲେ। ହଠାତ୍‌ ମାଟି ଗଦା ଧସି ପଡ଼ିବାରୁ  ମାଧବ ମାଟି ଭିତରେ ପୋତି ହୋଇ ଯାଇଥିଲେ। ସେଠାରେ କାର୍ଯ୍ୟରତ ଶ୍ରମିକମାନେ ତାଙ୍କୁ ମାଟି ଗଦା ଭିତରୁ ବାହାର କରି ଚିକିତ୍ସା ପାଇଁ ଟିଆର୍‌ଏଲ୍‌ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe