Advertisment

ଅଜଣା ଗାଡ଼ି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

sisat

ହରଭଙ୍ଗା: ଅଜଣା ଗାଡ଼ି ଧକ୍କାରେ ସାଙ୍ଗ ହୋଇ ଘରକୁ ଫେରୁଥିବା ଦୁଇ ସଙ୍ଗାତଙ୍କ ମୃତ୍ୟୁ ହୋଇଛି। ଏ ଖବର ଜଣାପଡ଼ିବା ପରେ ହରଭଙ୍ଗା ବ୍ଲକରେ ଶୋକର ଛାୟା ଖେଳିଯାଇଛି। ଦୁଇ ମୃତକ ହେଲେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା।

ପ୍ରାପ୍ତ ସୂଚନା ଅନୁଯାୟୀ ବୌଦ୍ଧ ଥାନା ଅନ୍ତର୍ଗତ ଲଇଗାଁ ଛକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଦୁଇ ସଙ୍ଗାତ ବୌଦ୍ଧ ପଟୁ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ଖବର ପାଇବା ପରେ ବୌଦ୍ଧ ପୁଲିସ  ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡ଼ିକୁ ଧରିବାକୁ ପ୍ରୟାସ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe