ଏକତରଫା ପ୍ରେମର କରୁଣ ପରିଣତି: ଭିଡିଓ କଲ୍‌ କରି ଫାଶୀରେ ଝୁଲିପଡ଼ିଲେ

Advertisment

ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମରେ ବିଫଳ ହେବାପରେ ମାନସିକ ଭାରସାମ୍ୟ ହରାଇ ବସିଲେ ଯୁବକ। ଭଲ ପାଉଥିବା ଯୁବତୀଙ୍କୁ ଭିଡିଓ କଲ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ।

ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମରେ ବିଫଳ ହେବାପରେ ମାନସିକ ଭାରସାମ୍ୟ ହରାଇ ବସିଲେ ଯୁବକ। ଭଲ ପାଉଥିବା ଯୁବତୀଙ୍କୁ ଭିଡିଓ କଲ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ।

dgdgcvf

ମାଣିଦା: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମରେ ବିଫଳ ହେବାପରେ ମାନସିକ ଭାରସାମ୍ୟ ହରାଇ ବସିଲେ ଯୁବକ। ଭଲ ପାଉଥିବା ଯୁବତୀଙ୍କୁ ଭିଡିଓ କଲ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ବେତନାସିଆ ଗ୍ରାମରେ। ଅଭିଯୋଗ ଅନୁଯାୟୀ; ଏହି ଗ୍ରାମର ସୃଷ୍ଟିଧର ବେହେରାଙ୍କ ପୁଅ ଜୟଦେବ (୨୩) ପାଖ ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ। ଗତକାଲି ଉକ୍ତ ଯୁବତୀଙ୍କୁ ଫୋନ୍‌ କରି ପ୍ରେମ ନିବେଦନ କରିବା ସହ କାହିଁକି ମୋ ଫୋନ୍‌ ଉଠାଉନ ବୋଲି କହିଥିଲେ। 

ତମେ ଫୋନ୍‌ ନକଲେ ମୁଁ ଆତ୍ମହତ୍ୟା କରିଦେବି କହି ନିକଟସ୍ଥ ଜଙ୍ଗଲକୁ ଯାଇ ଲାଇଭ୍‌ ଭିଡିଓ କଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାଦେଖି ଯୁବତୀ ଜଣକ ପୁଅ ଘର ଲୋକଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ପରିବାର ଲୋକ ଜଙ୍ଗଲରେ ପହଞ୍ଚିବା ବେଳକୁ ସତକୁ ସତ ଫାଶୀ ଲଗାଇ ଝୁଲି ପଡ଼ିଥିଲେ ଜୟଦେବ। ଏନେଇ ରାସଗୋବିନ୍ଦପୁର ଥାନାରେ ୭/୨୫ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe