ଅଭୟାରଣ୍ୟରେ ଶିକାରର ସାଙ୍ଘାତିକ ଚିତ୍ର: ବାଘ ମାରିଲେ, ସମ୍ବର ଖାଇଲେ!

Advertisment

କୁଲାଙ୍ଗୀ ୨ ବାଘ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ

କୁଲାଙ୍ଗୀ ୨ ବାଘ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ

ଅଭୟାରଣ୍ୟରେ ଶିକାରର ସାଙ୍ଘାତିକ ଚିତ୍ର: ବାଘ ମାରିଲେ, ସମ୍ବର ଖାଇଲେ!

WallpaperUP

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁରୁ ଦୁଇଟା କଲରାପତରିଆ ବାଘ ହତ୍ୟା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଫାଶ ପକାଇ ଖାଲି ବାଘକୁ ହତ୍ୟା କରାଯାଇନି, ସେହି ଫାଶରେ ବି ଏକ ସମ୍ବରକୁ ବି ହତ୍ୟା କରାଯାଇଛି। ଏଥିସହିତ, ସମ୍ବର ମାଂସ କାଟି ଶିକାରୀ ଗୋଷ୍ଠୀ ନିଜନିଜ ମଧ୍ୟରେ ଭାଗ ବାଣ୍ଟି ନେଇଛନ୍ତି। ଘଟଣାର ୧୪ଦିନ ପରେ ବିଭାଗୀୟ ତଦନ୍ତରୁ ଏ କଥା ସ୍ପଷ୍ଟ ହୋଇଛି।

ଗତମାସ ୨୭ତାରିଖ ଦିନ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ୍‌ କୁଲାଙ୍ଗୀ ଗାଁଠାରୁ କେଇ ମିଟର ଦୂରରେ ଦୁଇଟି କଲରାପତରିଆ ବାଘକୁ ମାରି ପକାଯାଇଥିଲା। ବିଭଗ ପକ୍ଷରୁ ଛାନ୍‌ଭିନ୍‌ ପରେ ଜଣାପଡ଼ିଛି ଯେ, ଶିକାରକୁ ଦୃଷ୍ଟିରେ ରଖି ଗଁାରେ ବିଦ୍ୟୁତ୍‌ ତାରକୁ କେବୁଲ୍‌ କରାଯାଇଥିଲେ ବି ତଥାପି ଲୋକଙ୍କ ମାଂସ ଲୋଭ ଜଙ୍ଗଲୀ ପ୍ରାଣୀଙ୍କୁ ସୁରକ୍ଷା ଦେଇପାରୁନି। ଶିକାରୀ ଗୋଷ୍ଠୀ ଗାଁ ଖୁଣ୍ଟ୍‌ରୁ କୌଶଳ କ୍ରମେ ବିଦ୍ୟୁତ୍‌ ତାର ଲମ୍ବାଇ ଫାଶ ତିଆରି କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଥିଲା ବାର୍‌ହା ଶିକାର କରି ମାଂସ ଭୋଜି କରିବା। ବିଦ୍ୟୁତ୍‌ ଫାଶ ବିଛାଇ ବାର୍‌ହା ମାଂସ ଖାଇବାକୁ ସେମାନେ ଯେତିକି ଉତ୍ସାହିତ ଥିଲେ, ଉକ୍ତ ଫାଶରେ ହାତୀ ପଡ଼ିଗଲେ ବଡ଼ ଅଘଟଣ ଘଟିଯିବ ସେଥିପାଇଁ ମଧ୍ୟ ସେମାନେ ସେତିକି ସତର୍କ ଥିଲେ। ସେଇଥିପାଇଁ ଫାଶ ପକାଇ ଶିକାରୀ ଦଳ ତା ଆଖପାଖ ଇଲାକାରେ ଜଗି ରହିଥିଲେ। ଏ ବିଦ୍ୟୁତ୍‌ ଫାଶ ଅକ୍ଟୋବର ୧୫ତାରିଖରେ ବିଛାଯାଇଥିଲା ବୋଲି ବନ ବିଭାଗ ଜେରା ବେଳେ ଜାଣିବାକୁ ପାଇଛି।

ଘଟଣା ଦିନ ଫାଶ ଆଡ଼କୁ ବାର୍‌ହା ବଦଳରେ ପଡ଼ିଥିଲା ସମ୍ବର। ବିଦ୍ୟୁତ୍‌ ଝଟ୍‌କାରେ ଛଟପଟ ହୋଇ ମରିଥିଲା। ତା’ ପଛେପଛେ ଆସିଥିଲେ ଏ ଦୁଇ କଲରାପତରିଆ ବାଘ। ସମ୍ଭବତଃ ଏ ଦୁଇ ବାଘ ମା’ ଓ ଛୁଆ ଥିଲେ। ସମ୍ବରକୁ ପିଛା କରୁକରୁ ସେମାନେ ବି ବିଦ୍ୟୁତ୍‌ ଫାଶରେ ପଡ଼ି ମରିଥିଲେ। ଶିକାରୀ ଗୋଷ୍ଠୀ ସବୁ ଜାଣିଥିଲେ। ଫାଶରୁ ତୁରନ୍ତ ସମ୍ବରକୁ ବାହାର କରି ମାଂସ କାଟି ଭାଗ ବାଣ୍ଟି ନେଇଥିଲେ। ଦୁଇ ବାଘକୁ ଲୁଚାଇବାକୁ ଯାଇ ଗାଁ ପାଖ ନାଳକୂଳ ଏକ ଗାତରେ ଫୋପାଡ଼ି ଦେଇଥିଲେ। ଏହି ଘଟଣାରେ ଆଜି ଆଉ ୪ ଜଣ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe