ଦୁଇଭାଗ ହୋଇଗଲା ମାଲଗାଡ଼ି

Advertisment

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳିଲା

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳିଲା

ଦୁଇଭାଗ ହୋଇଗଲା ମାଲଗାଡ଼ି

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ଏକ ଆଲୁମିନା ବୋଝେଇ ମାଲଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କପ୍‌ଲିଙ୍ଗ ଛିଣ୍ଡି ଯିବାରୁ ଟ୍ରେନ୍‌ଟି ଦୁଇଭାଗ ହୋଇଯାଇଛି।

ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଗାଡ଼ିର ବେଗ କମ୍‌ ଥିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଏହି ଷ୍ଟେସନରେ ଗାଡ଼ି ରଖିଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତଥାପି ମାଲଗାଡ଼ିର ଗୋଟିଏ ଭାଗ ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ଗଡ଼ିଯାଇଥିଲା ବୋଲି ଜଣାପଡ଼ିଛି। ପରେ ଟିଟିଲାଗଡ଼ରୁ ଅଧିକାରୀ ଓ ଟେକ୍ନିକାଲ କର୍ମଚାରୀ ଆସି ନୂଆ କପ୍‌ଲିଙ୍ଗ ଲଗାଇବା ପରେ ସାଢ଼େ ୧୨ଟାରେ କେସିଙ୍ଗା ଷ୍ଟେସନରୁ ଅନୁଗୁଳ ଅଭିମୁଖେ ଯାଇଥିଲା। ସୂଚନାଯୋଗ୍ୟ ଯେ ଟ୍ରେନ୍‌ଟି କଳାହାଣ୍ଡି ଦାମନଯୋଡ଼ିରୁ ଆଲୁମିନା ବୋଝଇ କରି ଅନୁଗୁଳ ଅଭିମୁଖେ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe